ETV Bharat / state

ଶିକାରୀ ଗୁଳିରେ ନାବାଳକ ଗୁରୁତର, ବନ ବିଭାଗ ତଦନ୍ତ ଆରମ୍ଭ - balasore district news

ବାଲେଶ୍ବର ଜିଲ୍ଲା ନୀଳଗିରି କୁଳଡିହା ଅଭୟାରଣ୍ୟରେ ଶିକାରୀର ଗୁଳିରେ ନାବାଳକ ଗୁରୁତର । କଟକ ବଡ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

ଶିକାରୀ ଗୁଳିରେ ନାବାଳକ ଗୁରୁତର
ଶିକାରୀ ଗୁଳିରେ ନାବାଳକ ଗୁରୁତର
author img

By

Published : Jun 7, 2021, 6:52 PM IST

ବାଲେଶ୍ବର: ନୀଳଗିରି କୁଳଡିହା ଅଭୟାରଣ୍ୟରେ ଗୁଳିକାଣ୍ଡ । ଗୁଳି ବାଜି ଜଣେ ନାବାଳକ ଗୁରୁତର ହୋଇଥିବା ଜଣାପଡିଛି । କେହି ଶିକାର କରିବା ଉଦ୍ଦେଶ୍ୟରେ ଏପରି ଗୁଳି ଚଳାଇଥିବା ଅନୁମାନ କରାଯାଉଛି ।

ଶିକାରୀ ଗୁଳିରେ ନାବାଳକ ଗୁରୁତର, ତଦନ୍ତ କରୁଛି ପୋଲିସ

ମିଳିଥିବା ସୂଚନା ଅନୁସାରେ, ଗରଡି ପଞ୍ଚାୟତ ଅଧିନ ଚେକେମରା ଗ୍ରାମର ନାବାଳକ ରବୀନ୍ଦ୍ର ସିଂ ଘର ନିକଟ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବାବେଳେ ହଠାତ ତାଙ୍କ କାନ୍ଧରେ ଏକ ଗୁଳି ବାଜିଥିଲା । ନାବାଳକଙ୍କ ଡାହାଣ କହୁଣୀରେ ଗୁଳି ବାଜିଥିବା ସହ ତାଙ୍କ ବେକରେ ମଧ୍ୟ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ନାବାଳକଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ନାବାଳକଙ୍କୁ ଶିକାରୀ ଗୁଳି ଚାଳନା କରିଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.