ବାଲେଶ୍ବର: ସୋର ଅଞ୍ଚଳରେ ବଜ୍ରାଘାତ ଯୋଗୁଁ ଜଣେ ନାବାଳକର ମୃତ୍ୟୁ ହୋଇଛି । ସୋର ଥାନା ଗୋପୀନାଥପୁର ମଙ୍ଗଳପୁର ଗ୍ରାମର ହରି ସିଂଙ୍କ 11 ବର୍ଷର ପୁଅ ଖଳ ଆଜି ଅପରାହ୍ନରେ ବିଲରୁ ଫେରୁଥିବା ବେଳେ ଘଟିଥିଲା ଅଘଟଣ ।
ବଜ୍ରାଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ଖଳ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ସୋର ମେଡିକାଲରେ ଭର୍ତ୍ତି କରିଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ