ETV Bharat / state

ଫୋକସରେ ପୁନରୁଦ୍ଧାର କାର୍ଯ୍ୟ, ବାଲେଶ୍ବର ଗଲେ ଯୋଗାଣ ମନ୍ତ୍ରୀ - ବାତ୍ୟା ୟସ ମୁକାବିଲା ଖବର

ବାଲେଶ୍ବର ଗସ୍ତରେ ଗଲେ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲାର ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଯାଉଛନ୍ତି ଯୋଗାଣ ମନ୍ତ୍ରୀ । ଅଧିକ ପଢନ୍ତୁ...

minister ranendra pratap swain
ପୁନରୁଦ୍ଧାର କାର୍ଯ୍ୟ ପାଇଁ ବାଲେଶ୍ବର ଗଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
author img

By

Published : May 26, 2021, 5:29 PM IST

Updated : May 26, 2021, 9:44 PM IST

ଭୁବନେଶ୍ବର/ବାଲେଶ୍ବର : ବାଲେଶ୍ବର ଗସ୍ତରେ ଗଲେ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲାର ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଯାଇଛନ୍ତି ଯୋଗାଣ ମନ୍ତ୍ରୀ ।

ଫୋକସରେ ପୁନରୁଦ୍ଧାର କାର୍ଯ୍ୟ, ବାଲେଶ୍ବର ଗଲେ ଯୋଗାଣ ମନ୍ତ୍ରୀ

ବାତ୍ୟା ୟସ ଯୋଗୁଁ ବାଲେଶ୍ବର ଜିଲ୍ଲା ପ୍ରଭାବିତ ହୋଇଛି । ବିଶେଷ କରି ଜିଲ୍ଲାର ବହାନଗା, ରେମୁଣା, ସଦର, ନୀଳଗିରି, କୁପାରି, ଔପଦା, ଭୋଗରାଇ ବ୍ଲକ ପ୍ରଭାବିତ ହୋଇଛି । ବାତ୍ୟା ଯୋଗୁଁ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାର ତଦାରଖ ସହ ପୁନରୁଦ୍ଧାର କାର୍ଯ୍ୟ ଲାଗି ବାଲେଶ୍ବର ଯିବା ଲାଗି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବାତ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ, ବଡ଼ ଗଛ ଉପୁଡ଼ି ପଡିଛି । ଫଳରେ ଜୀବନ ଯାତ୍ରା ବ୍ୟାହତ ହୋଇଛି । ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରି ସ୍ଥିତି ସ୍ବାଭାବିକ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନେକ କଚ୍ଚା ଘର ଭାଙ୍ଗିଛି, ଫଳରେ ଲୋକ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି । ଏହା ସହ କ୍ଷୟକ୍ଷତି ଆକଳନ କରି ତୁରନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ଶକ୍ତି ତଥା ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଜିଲ୍ଲାରେ ଅଛନ୍ତି ।

ସେପଟେ ବାତ୍ୟା ୟସର କ୍ଷୟକ୍ଷତି ନେଇ ବାଲେଶ୍ଵରରେ ପହଞ୍ଚିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ପ୍ରଥମେ ମନ୍ତ୍ରୀ ବାହାନଗା ଅଞ୍ଚଳ ପରିଦର୍ଶନ କରିବା ସହ ସେଠାକାର ସ୍ଥିତି ସମୀକ୍ଷା କରିଥିଲେ। ସେହିପରି ଆସନ୍ତା କାଲି ଗୁରୁବାର ମନ୍ତ୍ରୀ ସଦର ବ୍ଲକର ତଳିଆ ଅଞ୍ଚଳ ପରିଦର୍ଶନ କରିବେ । ଜିଲ୍ଲାର ସମସ୍ତ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କୁ ତୁରନ୍ତ ରିଲିଫ ଯୋଗାଇବାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ ଓ ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 26, 2021, 9:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.