ETV Bharat / state

ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ: ପିଲେ କହିପାରିଲେନି ପଣିକିଆ, ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ

author img

By

Published : Jun 25, 2022, 6:33 PM IST

Updated : Jun 25, 2022, 7:07 PM IST

ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବାଲେଶ୍ଵର ଗସ୍ତରେ ଆସି ବିଭିନ୍ନ ସ୍କୁଲ କଲେ ପରିଦର୍ଶନ । ପିଲାଙ୍କୁ ପ୍ରଶ୍ନ ପଚାରି ସନ୍ତୋଷ ଜନକ ଉତ୍ତର ନପାଇବାରୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ପାଇଁ ଦେଲେ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ: ପିଲା ଉତ୍ତର ଦେଇ ନପାରିବାରୁ ଶିକ୍ଷକଙ୍କ ଦରମା ବନ୍ଦ

ବାଲେଶ୍ଵର: ପିଲା ପଣିକିଆ କହି ନପାରିବାରୁ ବନ୍ଦ ହେଲା ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା । ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ । ମଠସାହି ମହାବୀର ନୋଡାଲ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଓ ଶ୍ରେଣୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।

ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ: ପିଲେ କହିପାରିଲେନି ପଣିକିଆ, ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ

ବାଲେଶ୍ଵର ଜିଲ୍ଲା ଗସ୍ତରେ ଆସି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅଚାନକ ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି । ସ୍କୁଲରେ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନ ତଦାରଖ କରିବା ସହ ପିଲାଙ୍କୁ କିଭଳି ଶିକ୍ଷାଦାନ ଦିଆଯାଉଛି ତଦାରଖ କରୁଛନ୍ତି ମନ୍ତ୍ରୀ । ଏହି କ୍ରମରେ ସେ ହଠାତ ପହଞ୍ଚିଥିଲେ ମଠସାହି ମହାବୀର ନୋଡାଲ ସ୍କୁଲରେ । ସେଠାରେ ପିଲାଙ୍କୁ ପାଠ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିବା ସହ ତୃତୀୟ ଶ୍ରେଣୀ ପିଲାକୁ ପଣିକିଆ ପଚାରିଥିଲେ । ସନ୍ତୋଷ ଜନକ ଉତ୍ତର ନପାଇବାରୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Jun 25, 2022, 7:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.