ETV Bharat / state

ପ୍ରବାସୀଙ୍କୁ ବିଡ଼ିଓଙ୍କ ଦୁର୍ବ୍ୟବହାର: ନିଜ ଲୋକ ଭାବି ଗାଳି ଦେଇଛି କହିଲେ ବିଡିଓ

ବାଲିଆପାଳ ବିଡିଓ ପ୍ରବାସୀ ଓଡିଆମାନଙ୍କୁ ଅପମାନ ସୂଚକ ଶବ୍ଦ ପ୍ରୟୋଗ କରି ଗାଳି ଗୁଳଜ କରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

migrants abuse by BDO
migrants abuse by BDO
author img

By

Published : May 14, 2020, 10:47 AM IST

Updated : May 14, 2020, 11:41 AM IST

ବାଲେଶ୍ଵର: ବାଲିଆପାଳ ବିଡିଓ ପ୍ରବାସୀ ଓଡିଆମାନଙ୍କୁ ଅପମାନ ସୂଚକ ଶବ୍ଦ ପ୍ରୟୋଗ କରି ଗାଳି ଗୁଳଜ କରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ବିରକ୍ତିରେ ଏଭଳି କହିଥିବା ବିଡିଓ ପ୍ରକାଶ କରିଛନ୍ତି ।

ପ୍ରବାସୀଙ୍କୁ ବିଡ଼ିଓଙ୍କ ଦୁର୍ବ୍ୟବହାର: ନିଜ ଲୋକ ଭାବି ଗାଳି ଦେଇଛି କହିଲେ ବିଡିଓ

ସ୍ବତନ୍ତ୍ର ଟ୍ରେନରେ ସୁରଟରୁ ପ୍ରବାସୀମାନେ ବାଲେଶ୍ଵର ପହଞ୍ଚିବା ପରେ ସେମାନଙ୍କୁ ନିଜ ଅଞ୍ଚଳରେ ଛଡ଼ାଯାଇଥିଲା । ବାଲିଆପାଳ ଅଞ୍ଚଳରେ ଥିବା ଏକ କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀମାନେ ପହଞ୍ଚିବା ପରେ ସେଠାରେ ଉତ୍ତମ ବ୍ୟବସ୍ଥା ନଥିବାରୁ ସେମାନେ ଅଭିଯୋଗ କରିଥିଲେ । ଏହାକୁ ନେଇ ସେଠାରେ ଉପସ୍ଥିତ ଥିବା ବିଡିଓ ଛବିରାଣୀ ସାହୁ ଚିଡି ଯାଇ ବିଭିନ୍ନ ପ୍ରକାରର ଅପମାନ ସୂଚକ ଶବ୍ଦରେ ପ୍ରବାସୀମାନଙ୍କୁ ଗାଳି ଗୁଲଜ କରିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଏନେଇ ବିଡିଓଙ୍କୁ ପ୍ରବାସୀମାନେ ପ୍ରଥମେ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି । ଏହା ସହ ନିଜ ଅଞ୍ଚଳର ଲୋକ ଭାବି ସେ ଗାଳି ଦେଇଥିବା ଉଲ୍ଲେଖ କରିଛନ୍ତି । ଏନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି ।

ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 14, 2020, 11:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.