ETV Bharat / state

ପେଟ ପାଇଁ ଚାଲିଚାଲି ୪୫୦ କିମି କରିବୁ ପାର୍ ! - Migrant labourers

ଲକଡାଉନ ବଢାଇଛି ଶ୍ରମିକଙ୍କ ଦୁଃଖ । ଭୋକ ଓପାସରେ ଆଠଗଡରୁ 19 ଜଣ ଶ୍ରମିକ ଚାଲିଚାଲି ସୋର ଠାରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

ପେଟ ପାଇଁ ଚାଲିଚାଲି ୪୫୦ କିମି କରିବୁ ପାର୍ !
ପେଟ ପାଇଁ ଚାଲିଚାଲି ୪୫୦ କିମି କରିବୁ ପାର୍ !
author img

By

Published : Apr 15, 2020, 12:21 PM IST

Updated : Apr 15, 2020, 12:26 PM IST

ବାଲେଶ୍ବର: ଲକଡାଉନ ଯୋଗୁଁ ଭୋକ ଉପାସରେ ଦୀର୍ଘ ଦିନ ରହିବା ପରେ ଶେଷରେ 450 କିଲୋମିଟର ଚାଲିଚାଲି ଘରକୁ ଫେରୁଛନ୍ତି ଶ୍ରମିକ । ଏପରି ଦୃଶ୍ୟ ବାଲେଶ୍ବର ଜିଲ୍ଲା ସୋର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ।

ପେଟ ପାଇଁ ଚାଲିଚାଲି ୪୫୦ କିମି କରିବୁ ପାର୍ !

କଟକର ଆଠଗଡ଼ ଅଞ୍ଚଳରେ ପକ୍କା କାମ କରି ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ଶ୍ରମିକମାନେ ଗୁଜୁରାଣ ମେଣ୍ଟାଉଥିଲେ । ଲକଡାଉନ ଯୋଗୁଁ ଏମାନେ ସେଠାରେ ଆଉ କାମ ନପାଇ ଭୋକ ଉପାସରେ ରହିଥିଲେ । ଖାଦ୍ୟାଭାବ ଯୋଗୁଁ ଶେଷରେ ଶ୍ରମିକମାନେ ଅଠଗଡରୁ ମେଦିନିପୁର ପର୍ଯ୍ୟନ୍ତ ଚାଲିଚାଲି ଯିବାପାଇଁ ନେଇଥିଲେ ନିଷ୍ପତ୍ତି । ଆଠଗଡରୁ 19 ଜଣ ଶ୍ରମିକ ଚାଲିଚାଲି ସୋର ଠାରେ ପହଞ୍ଚିବା ପରେ ଏମାନଙ୍କୁ ସ୍ଥାନୀୟ ଯୁବକମାନେ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Apr 15, 2020, 12:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.