ETV Bharat / state

ଉତ୍ତର ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗଣ ଦସ୍ତଖତ ଅଭିଯାନ

author img

By

Published : May 24, 2022, 6:53 AM IST

ଉତ୍ତର ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗଣ ଦସ୍ତଖତ ଅଭିଯାନ । ସାମାଜିକ ଅଧିକାର ନ୍ୟାୟ ମଞ୍ଚ ପକ୍ଷରୁ ଆରମ୍ବ ହୋଇଛି ଅଭିଯାନ । ଅଧିକ ପଢ଼ନ୍ତୁ

ଉତ୍ତର ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗଣ ଦସ୍ତଖତ ଅଭିଯାନ
ଉତ୍ତର ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗଣ ଦସ୍ତଖତ ଅଭିଯାନ

ବାଲେଶ୍ବର: ସାମାଜିକ ଅଧିକାର ନ୍ୟାୟ ମଞ୍ଚ ପକ୍ଷରୁ ଉତ୍ତର ଓଡ଼ିଶା (ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ)ର ମଧ୍ୟସ୍ଥଳୀ ବାଲେଶ୍ବର ଠାରେ ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ (High Court Benches)ପ୍ରତିଷ୍ଠା ଦାବିରେ ଗଣଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ବାଲେଶ୍ବରରେ ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବହୁବାର ବିଭିନ୍ନ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ମାତ୍ର ଏଯାବତ ଏ ଦିଗରେ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନଥିବା ଜଣାପଡିଛି । ତିନୋଟି ଜିଲ୍ଲାରେ ଜନସଂଖ୍ୟା ଆଧାରରେ ମକଦ୍ଦମା ସଂଖ୍ୟା ବୃଦ୍ଧିପାଉଥିବାରୁ ତ୍ୱରିତ ନ୍ୟାୟ ମିଳିବାରେ ଅସୁବିଧା ହେଉଥିବା କୁହାଯାଇଛି । ଏଥିପାଇଁ ନ୍ୟାୟ ଅପେକ୍ଷାରେ ଥିବା ଜନସାଧାରଣମାନେ ନାହିଁନଥିବା ହଇରାଣ ହେବା ସହିତ ଆର୍ଥିକ, ଶାରିରୀକ ଓ ମାନସିକ ଭାବରେ କଷ୍ଟ ପାଉଛନ୍ତି । ଏଥିପାଇଁ ଉତ୍ତର ଓଡ଼ିଶାରେ ସ୍ଥାୟୀ ବେଞ୍ଚର ଆବଶ୍ୟକତା ଥିବା ନେଇ ଗଣ ଦସ୍ତଖତ ଆରମ୍ଭ ହୋଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.