ବାଲେଶ୍ବର: ଲଗାଣ ବର୍ଷା ପ୍ରଭାବରେ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବିପଦ ସଂକେତ 8.13 ଥିବାବେଳେ ବର୍ତ୍ତମାନ 8.40 ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି ।
ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ଅନେକ ଲୋକ ଜଳବନ୍ଦୀ ଅଛନ୍ତି ।
ନଦୀର ଜଳସ୍ତର ବଢିବା ଯୋଗୁଁ ଗୋଟେପଟେ ବାଲିଘାଟରୁ ସିନ୍ଧିଆ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ଅନ୍ୟପଟେ ସଦର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଟିଆଖିଆ, ମୌଦା, ଦିଗିଦା, ଅନାଳିଆ, ଗୋବିନ୍ଦପୁର, ଭାତପିଞ୍ଚା, ଜଗନ୍ନାଥପୁର, ମାଣିକୁଲା ଆଦି ଅଞ୍ଚଳରେ ପାଣି ଜମି ରହିଛି ।
ଉକ୍ତ ଅଞ୍ଚଳର ପ୍ରାୟ ଲୋକ ଘରୁ ବାହାରିବା କଷ୍ଟସାଧ୍ୟ ହୋଇ ପଡିଛି । ଅନ୍ୟପଟେ 130 ହେକ୍ଟରରୁ ଅଧିକ ଚାଷଜମିରେ ପାଣି ମାଡ଼ି ଯିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି ।
ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ