ETV Bharat / state

ଆତ୍ମନିର୍ଭରର ଅନନ୍ୟ ଉଦାହରଣ ମନୋଜ, ଘରେ ପହଞ୍ଚାଉଛନ୍ତି ଖାଦ୍ୟ - Manoj

ଫୋନରେ ଲୋକେ ଦେଉଛନ୍ତି ଖାଦ୍ୟ ଅର୍ଡର ଆଉ ଅର୍ଡର ମୁତାବକ ଖାଦ୍ୟ ରାନ୍ଧି ଗ୍ରାହକ ନିକଟରେ ପହଁଚିଯାଉଛନ୍ତି ବାଲେଶ୍ଵର ସହରର ମେଘଡମ୍ବୁରୁ ଅଞ୍ଚଳର ମନୋଜ ସାହୁ। 30 ଟଙ୍କାରୁ 75 ଟଙ୍କା ପର୍ଯ୍ୟନ୍ତ ମିଲର ମୂଲ୍ୟ ରହିଥିବା ବେଳେ ନିଜେ ହୋଇପାରିଛନ୍ତି ଆତ୍ମ ନିର୍ଭର । ଅଧିକ ପଢନ୍ତୁ..

ଆତ୍ମନିର୍ଭରର ଅନନ୍ୟ ଉଦାହରଣ ମନୋଜ, ଘରେ ପହଞ୍ଚାଉଛନ୍ତି ଖାଦ୍ୟ

author img

By

Published : Jul 2, 2020, 4:43 PM IST

ବାଲେଶ୍ବର: ବାଲେଶ୍ଵର ସହରର ମେଘଡମ୍ବୁରୁ ଅଞ୍ଚଳର ମନୋଜ ସାହୁ। ଲକଡାଉନ ବେଳେ ବାହାରୁ ଆସି ବାଲେଶ୍ୱରରେ ଭଡାନେଇ ରହୁଥିବା ଲୋକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଯୋଗାଇ ଦେଉଛନ୍ତି ରନ୍ଧା ଖାଦ୍ୟ। ଏଥିପାଇଁ ସେ ଆରମ୍ଭ କରିଛନ୍ତି ଡବା ସର୍ଭିସ।

ଆତ୍ମନିର୍ଭରର ଅନନ୍ୟ ଉଦାହରଣ ମନୋଜ, ଘରେ ପହଞ୍ଚାଉଛନ୍ତି ଖାଦ୍ୟ
ସୋସିଆଲ ମିଡିଆ ଜରିଆରେ ମନୋଜ ଲୋକମାନଙ୍କୁ ତାଙ୍କ ସହ ଯୋଡିବା ପରେ ଫୋନରେ ନେଉଛନ୍ତି ଖାଦ୍ୟର ଅର୍ଡର। ଅର୍ଡର ମୁତାବକ ଲୋକଙ୍କ ପାଖରେ ସେ ପହଞ୍ଚାଇ ଦେଉଛନ୍ତି ଖାଦ୍ୟ । ଭାତ, ତରକାରୀ ସାଙ୍ଗକୁ ସେ ଆରମ୍ଭ କରିଛନ୍ତି ବିରିୟାନୀ। ଏଥିପାଇଁ ନିଜ ଘରେ ପରିବାର ସଦସ୍ୟ ଓ କିଛି ଲୋକଙ୍କୁ ପାରିଶ୍ରମିକ ଦେଇ ସେ ଏହି ସର୍ଭିସ ଆରମ୍ଭ କରିଛନ୍ତି। 30 ଟଙ୍କା ପାଖରୁ ମିଲ ଆରମ୍ଭ ହୋଇ 75 ଟଙ୍କା ଯାଏଁ ରହିଛି ।

ମେସରେ ରହୁଥିବା ପିଲାମାନଙ୍କ ପାଇଁ ସେ ରଖିଛନ୍ତି ସ୍ୱଳ୍ପ ମୂଲ୍ୟର ମିଲ। ଏହାଛଡା ସ୍ୱତନ୍ତ୍ର ମିଲର ମଧ୍ୟ ବ୍ୟବସ୍ଥା ରହିଛି। ପ୍ରଥମେ ଲୋକମାନେ ଫୋନ କିମ୍ବା ହ୍ଵାଟ୍ସଆପରେ ମିଲ ଅର୍ଡର କରିବା ପରେ ମନୋଜ ଆରମ୍ଭ କରନ୍ତି ଖାଦ୍ୟ ପ୍ରସ୍ତୁତି । ଖାଦ୍ୟ ପ୍ରସ୍ତୁତି ପାଇଁ ଜଣେ ରୋଷେୟା ସମେତ ସହଯୋଗୀ ରହିଛନ୍ତି । ଏହାସହ ଖାଦ୍ୟ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଜଣେ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ଖାଦ୍ୟ ପ୍ରସ୍ତୁତ ପରେ ମନୋଜଙ୍କ ପରିବାର ସଦସ୍ୟମାନେ ମଧ୍ୟ ନିଜ ହାତରେ ବାଢି ସଜେଇ ଦେଇଥାନ୍ତି ଥାଳି।

ଘରୋଇ ଭାବେ ପ୍ରସ୍ତୁତ ଖାଦ୍ୟ ଲୋକଙ୍କ ପାଖରେ ପହଞ୍ଚିବାରେ ଉଦ୍ଦେଶ୍ୟ ନେଇ ମନୋଜ ଆରମ୍ଭ କରିଥିବା ଏହି ପ୍ରୟାସ ନିଶ୍ଚିତ ଭାବେ ଆତ୍ମନିର୍ଭରଶୀଳର ଏକ ଅନନ୍ୟ ଉଦାହରଣ। ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଆହ୍ୱାନରେ ପ୍ରେରିତ ହୋଇଛନ୍ତି ମନୋଜ। ଚାକିରୀ ପଛରେ ନ ଗୋଡ଼ାଇ ନିଜକୁ ସେ କରିଛନ୍ତି ଆତ୍ମନିର୍ଭରଶୀଳ। ଖାଲି ସେତିକି ନୁହେଁ, ମନୋଜ ମଧ୍ୟ ଅନ୍ୟମାନଙ୍କୁ ଦେଉଛନ୍ତି ରୋଜଗାର। ତେବେ ମନୋଜଙ୍କ ଏହି ସର୍ଭିସ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ତାଙ୍କୁ ମିଳିଛି 32 ଟି ଅର୍ଡର। ଆଉ ଏଥିପାଇଁ ସେ ବେଶ ଖୁସି ଥିବା ବ୍ୟକ୍ତ କରିଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.