ବାଲେଶ୍ବର: ସାଙ୍ଗର ଝୁଲନ୍ତା ମୃତଦେହ ଦେଖି ଆସିବା ପରେ ଆତ୍ମହତ୍ୟା କଲା ସାଙ୍ଗ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ବାଲେଶ୍ବରର ସଦର ଥାନା ଅନ୍ତର୍ଗତ ସାହୁପଡା ଗ୍ରାମରେ ଘଟିଛି । 2 ଜଣଙ୍କ ମୃତକଙ୍କ ନାଁ କାର୍ତ୍ତିକ ଜେନା ଓ ତ୍ରିଲୋଚନ ଜେନା ।
ସୂଚନା ଅନୁଯାୟୀ, ତ୍ରିଲୋଚନ କୌଣସି କାରଣରୁ ନିଜ ୱେଲ୍ଡିଂ ଦୋକାନରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଶୁକ୍ରବାର ସକାଳୁ ତାଙ୍କ ମୃତଦେହ ଦେଖି ସାଙ୍ଗ କାର୍ତ୍ତିକ ଘରକୁ ଫେରିଥିଲେ । ମୃତଦେହକୁ ଛୁଇଁ ପିନ୍ଧିଥିବା ପୋଷାକ ପରିବର୍ତ୍ତନକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ କାର୍ତ୍ତିକ ଆତ୍ମହତ୍ୟା କରିଥିଲେ ।
ଏ ଘଟଣା ଏବେ ସମଗ୍ର ଗ୍ରାମକୁ ବିଚଳିତ କରି ରଖିଦେଇଛି । ତେବେ ଏନେଇ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ