ETV Bharat / state

ବିଦ୍ୟୁତ ଆଘାତରେ ଯୁବକ ମୃତ - man dead in electric shock in baleswar

ଶୁକ୍ରବାର ବାଲେଶ୍ଵରର ଚାନ୍ଦିପୁର ଥାନା ଅଧୀନସ୍ଥ ବଡ଼କିଆ ଅଞ୍ଚଳରେ ବାବୁଲି ସାମଲଙ୍କ ପୁଅ ବସନ୍ତ ସାମଲଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 27, 2019, 2:20 PM IST

ବାଲେଶ୍ଵର: ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ବାଲେଶ୍ଵରର ଚାନ୍ଦିପୁର ଥାନା ଅଧୀନସ୍ଥ ବଡ଼କିଆ ଅଞ୍ଚଳରେ । ମୃତ ଯୁବକ ବଡ଼କିଆ ଅଞ୍ଚଳର ବାବୁଲି ସାମଲଙ୍କ ପୁଅ ବସନ୍ତ ସାମଲ ବୋଲି ଜଣାପଡିଛି।

ବସନ୍ତ ବାଲେଶ୍ବର ସହର ଚିଡ଼ିଆପୋଲ ସ୍ଥିତ ମହାବୀର ସର୍ଭିସ ଷ୍ଟେସନରେ ବିଦ୍ୟୁତ କର୍ମଚାରୀ ଭାବେ କାମ କରନ୍ତି। ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୭ଟାରେ ସେ ତାଙ୍କ ଘର ପାଖରେ ଥିବା ବୈକାନ୍ତ ଦେଙ୍କ ଦୋକାନକୁ ସାମ୍ପୁ କିଣିବାକୁ ଯାଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଦୋକାନରେ ଇନଭର୍ଟର ଖରାପ ହୋଇଥିବା କହି ଦୋକାନୀ ବସନ୍ତଙ୍କୁ ସଜାଡ଼ିବାକୁ କହିଥିଲେ । ତେବେ କୌଣସି କାରଣରୁ କିମ୍ବା ଅସାବଧାନତା ଯୋଗୁ ସେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ଏହି ଖବର ପାଇବା ପରେ ବୈକାନ୍ତଙ୍କ ପରିବାର ଲୋକ ତୁରନ୍ତ ବସନ୍ତଙ୍କୁ ବାଲେଶ୍ବର ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ।

ମାତ୍ର ସେଠାରେ ଡାକ୍ତର ବସନ୍ତଙ୍କୁ ମୃତ ଘୋଷଣା କରିଛନ୍ତି। ଏପଟେ ଏନେଇ ବସନ୍ତଙ୍କ ପରିବାର ପକ୍ଷରୁ ବୈକାନ୍ତଙ୍କ ବିରୋଧରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ଅଧୀନ ବଡ଼କିଆ ଅଂଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ବିଦ୍ୟୁତ ଆଘାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ମୃତ ଯୁବକଜଣକ ହେଉଛନ୍ତି ଉକ୍ତ ଗ୍ରାମର ବାବୁଲି ସାମଲଙ୍କ ପୁଅ ବସନ୍ତ ସାମଲ(୩୫)।
ମିଳିଥିବା ସୂଚନା ଅନୁଯାୟୀ ବସନ୍ତ ବାଲେଶ୍ୱର ସହର ଚିଡ଼ିଆପୋଲ ସ୍ଥିତ ମହାବୀର ସର୍ଭିସ ଷ୍ଟେସନରେ ବିଦ୍ୟୁତ କର୍ମଚାରୀ ଭାବେ କାମ କରନ୍ତି। ଆଜି ସକାଳ ପ୍ରାୟ ସାଢ଼େ ୭ଟାରେ ସେ ତାଙ୍କ ଘର ପାଖରେ ଥିବା ବୈକାନ୍ତ ଦେଙ୍କ ଦୋକାନକୁ ସାଂପୋ କିଣିବାକୁ ଯାଇଥିଲେ। ଦୋକାନରେ ଇନଭର୍ଟର ଖରାପ ହୋଇଥିବା କହି ଦୋକାନୀ ବସନ୍ତଙ୍କୁ ସଜାଡ଼ିବାକୁ କହିଥିଲେ। ତେବେ କୌଣସି କାରଣରୁ କିମ୍ବା ଅସାବଧାନତା ଯୋଗୁ ସେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ବୈକାନ୍ତଙ୍କ ପରିବାର ଲୋକ ତୁରନ୍ତ ବସନ୍ତଙ୍କୁ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ବସନ୍ତଙ୍କର ମୃତ ଘୋଷଣା କରିଛନ୍ତି। ଏନେଇ ବସନ୍ତଙ୍କ ପରିବାର ପକ୍ଷରୁ ବୈକାନ୍ତଙ୍କ ବିରୋଧରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.