ETV Bharat / state

ସାପକୁ କାମୁଡିଲା ମଣିଷ, ମଲା ସାପକୁ ବେକରେ ଗୁଡାଇ ବୁଲିଲେ

author img

By

Published : Sep 8, 2022, 7:33 PM IST

ସାପ କାମୁଡିଲା ବୋଲି ସାପକୁ କାମୁଡି ମାରିଦେଲେ ଜଣେ ବ୍ୟକ୍ତି (man bite snake in revenge bid ) । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଥାନା ଦରଡ଼ା ଗ୍ରାମରେ । ଅଧିକ ପଢନ୍ତୁ

ବାଲେଶ୍ଵରରେ ସାପକୁ କାମୁଡ଼ିଲା ମଣିଷ
ବାଲେଶ୍ଵରରେ ସାପକୁ କାମୁଡ଼ିଲା ମଣିଷ

ବାଲେଶ୍ବର: ସାପକୁ କାମୁଡିଲା ମଣିଷ । ଏଭଳି ଏକ ଘଟଣା ବାଲେଶ୍ଵର ଜିଲ୍ଲାରେ । ସାପ କାମୁଡିଲା ବୋଲି ସାପକୁ କାମୁଡି ମାରିଦେଲେ ଜଣେ ବ୍ୟକ୍ତି (man bite snake in revenge bid) । ଏମିତିକି ମଲା ସାପକୁ ବେକରେ ଗୁଡାଇ ବ୍ୟକ୍ତି ଜଣକ ବୁଲୁଥିବାର ଭିଡିଓ ଏବେ ଭଆଇରାଲ ହେବାରେ ଲାଗିଛି।

ବାଲେଶ୍ଵରରେ ସାପକୁ କାମୁଡ଼ିଲା ମଣିଷ

ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲା ଥାନା ଦରଡ଼ା ଗ୍ରାମର ସଲିଲ ନାମକ ବ୍ୟକ୍ତିଙ୍କୁ ସାପ କାମୁଡିବା ପରେ ସେ ସାପଟିକୁ କାମୁଡି ମାରିଦେଇଥିଲେ । ତେବେ ସଲିମ କ୍ଷେତକୁ ଘାସ କାଟିବାକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଏକ ସାପ କାମୁଡି ଦେଇଥିଲା । ଏନେଇ ସଲିମ ରାଗିଯାଇ ସାପଟିକୁ କାମୁଡି ପକାଇଥିଲେ । ଏତିକିରେ ସଲିମଙ୍କ ରାଗ ଶାନ୍ତି ହୋଇ ନଥିଲା । ବରଂ ସେ ସାପଟିକୁ ବେକରେ ଗୁଡ଼ାଇ ଗାଁ ସାରା ବୁଲିଥିଲେ । ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏନେଇ ଏହିଭଳି ବିଚିତ୍ର ଘଟଣାର ଭିଡ଼ିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ଏନେଇ ସଲିମ କହିଛନ୍ତି, "ମୁଁ କ୍ଷେତରେ କାମ କଲାବେଳେ ମୋ ଗୋଡକୁ ଆସି ସାପ କାମୁଡି ଦେଇଥିଲା । ସେଥିପାଇଁ ମୁଁ ମଧ୍ୟ ରାଗିଯାଇ ସାପ ବେକକୁ କାମୁଡି ଦେଇ ତାକୁ ମାରି ଦେଇଛି ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.