ETV Bharat / state

ବାଲେଶ୍ବରରେ ଅସନ୍ତୋଷ ପରେ କୋହଳ ହେଲା ଜାଗର କଟକଣା - mahashivratri

ଆଉ କୋରୋନା କାଳରେ ଭିଡକୁ ନିୟନ୍ତ୍ରଣ ପାଇଁ ବ୍ୟାପକ କଟକଣା କରାଯାଇଥିଲେ ବି ଦେଖାଦେଇଛି ଶ୍ରଦ୍ଧାଳୁ୍ଙ୍କ ମନରେ ଅସନ୍ତୋଷ । ଏଥିପାଇଁ କୋହଳ ହୋଇଛି ଜାଗର କଟକଣା । ଅଧିକ ପଢନ୍ତୁ..

ଅସନ୍ତୋଷ ପରେ କୋହଳ ହେଲା ଜାଗର କଟକଣା
ଅସନ୍ତୋଷ ପରେ କୋହଳ ହେଲା ଜାଗର କଟକଣା
author img

By

Published : Mar 10, 2021, 9:14 PM IST

ବାଲେଶ୍ବର: ରାତି ପାହିଲେ ମହାଶିବରାତ୍ରୀ । ଦେବ ଦେବ ମହାଦେବଙ୍କ ଜାଗର ବ୍ରତ । ଭକ୍ତମାନେ ଉଜାଗର ରହି ଶିବଙ୍କୁ କରିବେ ଆରାଧନା । ବିଭିନ୍ନ ଶୈବପୀଠରେ ଲୋକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିବ । ଆଉ କୋରୋନା କାଳରେ ଭିଡକୁ ନିୟନ୍ତ୍ରଣ ପାଇଁ ବ୍ୟାପକ କଟକଣା କରାଯାଇଥିଲେ ବି ଦେଖାଦେଇଛି ଶ୍ରଦ୍ଧାଳୁ୍ଙ୍କ ମନରେ ଅସନ୍ତୋଷ ।

mahashivratri to observe  Siva temple at  balasore amid covid norms

ଅସନ୍ତୋଷକୁ ଦେଇ ମହାଶିବରାତ୍ରୀ ପାଳନରେ କଟକଣା କୋହଳ କରିଛି ବାଲେଶ୍ଵର ଜିଲ୍ଲା ପ୍ରଶାସନ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାଗର ଜାଳିବା ପାଇଁ କଟକଣା ଲଗାଯାଇଥିଲା। ସାଧାରଣ ଲୋକଙ୍କୁ ମନ୍ଦିର ପ୍ରବେଶ ମନା ହୋଇଥିବାବେଳେ ଜାଗର ଦୀପ ଜାଳିବା ପାଇଁ ମଧ୍ୟ କଟକଣା ଲଗାଯାଇଥିଲା। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ନେଇ ବହୁ ମନ୍ଦିର କମିଟିର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଭେଟିଥିଲେ। ପରେ ପ୍ରଶାସନ ପକ୍ଷରୁ କଟକଣା କୋହଳ କରାଯାଇଛି। ସକାଳ 7 ଟାରୁ ସନ୍ଧ୍ୟା 8 ଟା ଯାଏଁ ସାଧାରଣ ଦର୍ଶନ ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିଛି। ସେହିପରି ଭକ୍ତମାନେ ମାସ୍କ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ ପାଇଁ କୁହାଯାଇଛି।

ମହାଦୀପ ଉଠିବା ବେଳେ ଭକ୍ତଙ୍କ ଭିଡ଼ ନ କରିବା, ଦୀପ ନ ଜାଳିବା, ମେଳା କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ନ କରିବା ଭଳି କଟକଣା ରହିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.