ବାଲେଶ୍ବର: ପୁଅ କାନ୍ଧରେ ବସି ଦିଅଁ ଦର୍ଶନ ପରେ ମନ୍ଦିର ବୁଲିଲା ପୁଅ । ଦୃଶ୍ୟଟି ହେଉଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡସ୍ଥିତ ବାବା ଲଙ୍କେଶ୍ବର ପୀଠର। ଯେଉଁଠି ନିଜ 85 ବର୍ଷୀୟ ମା’ଙ୍କ ମହାଦେବ ଦର୍ଶନ ଇଚ୍ଛା ପୂରଣ କରିଛନ୍ତି ପୁଅ ନିର ଜେନା ।
ମହାଦେବଙ୍କ ଜାଗର ଯାତ୍ରା ପାଇଁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ତେବେ ଜଣେ ବୃଦ୍ଧା ମା’ଙ୍କୁ ମହାଦେବଙ୍କ ଦର୍ଶନ କରାଇବା ପାଇଁ ପୁଅ ନିଜ କାନ୍ଧରେ ବୋହି ମନ୍ଦିର ନେବା ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିନ୍ଦୁ ପାଲଟିଛି ।
ଚକାପଦା, ବାରିଙ୍ଗିଆ ଗ୍ରାମର ଏହି ବୃଦ୍ଧାଙ୍କୁ 85 ଛୁଇଁଲାଣି । ଚାଲିବାକୁ ବଳ ପାଉନି । ଏତିକି ବେଳେ ମହାଦେବଙ୍କ ଦର୍ଶନ ପାଇଁ ମନ ବଳାଇଲେ । ଘରଠୁ ମନ୍ଦିର ପାଞ୍ଚ କିଲୋମିଟର ଦୂର । କେମିତି ଯିବେ ? କିପରି ଶିବଙ୍କୁ ଦର୍ଶନ କରିବେ ? ଏହି କଥା ବୃଦ୍ଧା ଜଣଙ୍କ ଚିନ୍ତା କରୁଥିବା ବେଳେ ତାଙ୍କ ପୁଅ ନିର ଜେନା ଇଛା ପୁରଣ କରିଛନ୍ତି। ପାଞ୍ଚ କିଲୋମିଟର ଦୂର ବୃଦ୍ଧା ମା’ଙ୍କୁ କାନ୍ଧରେ ବସାଇ ଲଙ୍କେଶ୍ବରଙ୍କ ପାଖରେ ପହଞ୍ଚିଥିଲେ । ନିରଙ୍କ ଏହି ସେବା ମନୋଭାବକୁ ସାଧାରଣରେ ପ୍ରଶଂସା କରାଯାଇଛି।
ବାଲେଶ୍ବରରେ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ