ETV Bharat / state

ଲୁଚିଯାଉଛି ଲୋକକଳା: ଶ୍ରୋତା ଖୋଜୁଛନ୍ତି ଦାସକାଠିଆ ଓ ପାଲା ଗାୟକ

କାହାର ଜନ୍ମଦିନ ହେଉ କି ଏକୋଇଶିଆ ହେଉ ପ୍ରଥମେ ଖୋଜା ପଡେ ପାଲା କିମ୍ବା ଦାସକାଠିଆ ଦଳ। ଏମିତିକି ଶିବାରାତ୍ରୀ କିମ୍ବା କୌଣସି ଧର୍ମୀୟ କାର୍ଯ୍ୟକ୍ରମରେ ମଧ୍ୟ ଏମାନଙ୍କୁ ଖୋଜା ପଡିଥାଏ । ହେଲେ ଏବେ ସମୟ ବଦଳିଛି, ଆଧୁନିକତାର ଆଳରେ ପୁରାତନ ସଂସ୍କୃତି ସତେ ଯେମିତି ହଜିହଜି ଯାଉଛି ।

ହଜି ଯାଉଛି ଲୋକକଳା: ଶ୍ରୋତା ଖୋଜୁଛନ୍ତି ଦାସକାଠିଆ ଓ ପାଲା ଗାୟକ

author img

By

Published : Jul 17, 2020, 3:01 PM IST

ବାଲେଶ୍ବର: ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ସତରେ ଭାରି ନିଆରା । ଓଡ଼ିଶାର ଲୋକକଳା ଏ ସମାଜକୁ ଅନେକ ଦିଗଦର୍ଶନ ଦେଇଥାଏ । ସେମିତି ପାଲା ଓ ଦାସକାଠିଆ ମାଧ୍ୟମରେ କଳାକାରମାନେ ସମାଜକୁ ଦେଇଥାନ୍ତି ଅନେକ ଶିକ୍ଷା । ପୁରାତନ ସଂସ୍କୃତି ଉଜ୍ଜୀବିତ କରିବା ପାଇଁ ଏହି କଳାକାରମାନେ ପ୍ରୟାସ କରିଥାନ୍ତି । ସେ କାହାର ଜନ୍ମଦିନ ହେଉ କି ଏକୋଇଶିଆ ହେଉ ପ୍ରଥମେ ଖୋଜା ପଡେ ପାଲା କିମ୍ବା ଦାସକାଠିଆ ଦଳ। ଏମିତିକି ଶିବାରାତ୍ରୀ କିମ୍ବା କୌଣସି ଧର୍ମୀୟ କାର୍ଯ୍ୟକ୍ରମରେ ମଧ୍ୟ ଏମାନଙ୍କୁ ଖୋଜା ପଡିଥାଏ । ହେଲେ ଏବେ ସମୟ ବଦଳିଛି, ଆଧୁନିକତାର ଆଳରେ ପୁରାତନ ସଂସ୍କୃତି ସତେ ଯେମିତି ହଜିହଜି ଯାଉଛି ।

ହଜି ଯାଉଛି ଲୋକକଳା: ଶ୍ରୋତା ଖୋଜୁଛନ୍ତି ଦାସକାଠିଆ ଓ ପାଲା ଗାୟକ

ତେବେ ଦାସକାଠିଆ ପଛରେ ରହିଛି ଏକ ବିଶେଷ କିମ୍ବଦନ୍ତୀ । ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ବା ଦାସ ହେଉଛନ୍ତି ହନୁମାନ । ପ୍ରଭୁଙ୍କ ଗୁଣଗାନ କରିବା ପାଇଁ ହନୁମାନ ଶିଶୁଗଛର କାଠରେ ବାଦ୍ୟଯନ୍ତ୍ର ତିଆରି କରିଥିଲେ । 2ଟି କାଠି ଦ୍ବାରା ହନୁମାନ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଜୟଗାନ କରୁଥିଲେ । ହନୁମାନଙ୍କ ପାଇଁ ଏହି ଲୋକକଳା ଦାସକାଠିଆ ନାମରେ ନାମିତ ହୋଇଛି । ଦାସକାଠିଆ କାର୍ଯ୍ୟକ୍ରମରେ ଜଣେ ଗାୟକ ଓ ଦୁଇଜଣ ସହଯୋଗୀ ରହିଥାନ୍ତି । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କଳାକାରମାନେ ଠିଆ ହୋଇ ପରିବଶେଷଣ କରିଥାନ୍ତି ।

ପାଲା ମଧ୍ୟ ଠିକ ସେମିତି । ଜଣେ ମୁଖ୍ୟ ଗାୟକଙ୍କ ସହ ଶ୍ରୀ ପାଳିଆ, ବାଦକ ଓ ପାଳିଆମାନେ ରହିଥାନ୍ତି । ପାଲା ହେଉ କି ଦାସକାଠିଆ, କଳାକାରମାନେ ବିଭିନ୍ନ ଛନ୍ଦ ପୁରାଣ, ଚମ୍ପୁ, ସାହିତ୍ୟ ବ୍ୟବହାର କରି ସମାଜରେ ସଂସ୍କାର ଆଣିବାରେ ବେଶ ସହାୟକ ହୋଇଥାନ୍ତି । ପୌରାଣିକ ବିଷୟବସ୍ତୁ ପଦ୍ୟ ଆକାରରେ ପରିବେଷଣ କରିବା ସହ ଭାଷା ସାହିତ୍ୟର ବିଭିନ୍ନ ଅଳଙ୍କାର ବ୍ୟବହାର କରନ୍ତି । ଏହି କଳାକୁ ବୃତ୍ତି କରି ଅନେକ କଳାକାର ପରିବାର ପ୍ରତିପୋଷଣ କରୁଥିଲେ ।

ମାତ୍ର ଏବେ ଆଉ ସେ ମଞ୍ଚ ନାହିଁ କି ସେ ଶ୍ରୋତା ମଧ୍ୟ ନାହାନ୍ତି । ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଲୋକକଳା ମରିବାକୁ ବସିଛି । ସରକାରୀ ସ୍ତରରେ କଳାକାର ଭତ୍ତା ମିଳୁଛି ସତ ହେଲେ କଳା ପ୍ରଦର୍ଶନ କରି ନପାରି କଳାକାର ମନ ଗୁମୁରି ଗୁମୁରି କାନ୍ଦୁଛି । ପୂର୍ବରୁ ଯେମିତି ଲୋକକଳା ଆଦୃତ ହେଉଥିଲା, କଳା ପରିବେଷଣ ପାଇଁ ବିଭିନ୍ନ ସ୍ଥାନରୁ ନିମନ୍ତ୍ରଣ ଆସୁଥିଲା ଏବେ ଆଉ କିନ୍ତୁ ସେ ନିମନ୍ତ୍ରଣ ମିଳୁନି । ଅବଶ୍ୟ ସରକାରଙ୍କ ବିଭିନ୍ନ ଯୋଜନା ହେଉ କିମ୍ବା କୋରୋନା ସଚେତନତା ହେଉ, ଏଥିରେ ଏହି କଳାକାରମାନଙ୍କୁ ସାମିଲ କରାଯାଉଛି । ତଥାପି ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ସାଂସ୍କୃତିକ ମଞ୍ଚର ଆଵଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.