ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ଖଇରା ୟୁକୋ ବ୍ୟାଙ୍କ ନିକଟରେ ଦିନ ଦ୍ବିପହରରେ ମହିଳାଙ୍କ ଠାରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।
ସୂଚନା ଅନୁସାରେ ଖଇରା ଥାନା ମୁକ୍ତାବେଗୁନିଆ ଗାଁର ଜୟନ୍ତୀ ଲତା ବିଶ୍ବାଳ ୟୁକୋ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଆସିଥିଲେ। ଟଙ୍କା ଉଠାଇବା ପରେ ହଠାତ ତାଙ୍କ ପାଖରୁ 5ହଜାର ଟଙ୍କା ଝାମ୍ପିନେଇ ଦୁର୍ବୃତ୍ତ । ପ୍ରତ୍ୟକ୍ଷଦର୍ଶୀ ଲୁଟେରାଙ୍କୁ ପିଛା କରିଥିଲେ ସୁଦ୍ଧା ସେମାନଙ୍କୁ କାବୁ କରିବାରେ ବିଫଳ ହୋଇଥିଲେ।
ସେପଟେ ଘଟଣା ସମ୍ପର୍କରେ ଖଇରା ପୋଲିସ ଖବର ପାଇବା ପରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ