ETV Bharat / state

ମାଛ ବେପାରୀଙ୍କୁ ବନ୍ଧୁକ ମୁନରେ ଲୁଟ - ମାଛ ବେପାରୀଙ୍କୁ ଲୁଟ

ବାଲେଶ୍ଵର ଚାନ୍ଦିପୁର ଥାନା ବଳରାମଗଡି ରାସ୍ତାରେ ମାଛ ବେପାରୀଙ୍କ ଠାରୁ ଲୁଟ କରାଯାଉଥିବା ଅଭିଯୋଗ ହୋଇଛି। ଚାନ୍ଦିପୁର ଥାନା ପୋଲିସ ନିୟମିତ ପାଟ୍ରୋଲିଂ କରୁନଥିବା ବେଳେ ଆଗାମୀ ଦିନରେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଟ୍ରଲର ମାଲିକମାନେ ଆନ୍ଦୋଳନ କରିବେ ବୋଲି ଜଣାପଡ଼ିଛି। ଅଧିକ ଖବର ପଢନ୍ତୁ...

ମାଛ ବେପାରୀଙ୍କୁ ବନ୍ଧୁକ ମୁନରେ ଲୁଟ
ମାଛ ବେପାରୀଙ୍କୁ ବନ୍ଧୁକ ମୁନରେ ଲୁଟ
author img

By

Published : Aug 13, 2020, 8:53 PM IST

ବାଲେଶ୍ଵର: ଚାନ୍ଦିପୁର ଥାନା ବଳରାମଗଡି ରାସ୍ତାରେ ମାଛ ବେପାରୀଙ୍କ ଠାରୁ ଲୁଟ କରାଯାଉଥିବା ଅଭିଯୋଗ ହୋଇଛି। ପ୍ରତିଦିନ ବିଭିନ୍ନ ସ୍ଥାନରୁ ମାଛ ବେପାରୀମାନେ ବଳରାମଗଡିକୁ ମାଛ ଆଣିବା ପାଇଁ ଯାଇଥାନ୍ତି। ମାଛ ଆଣିବାକୁ ଯିବା ବେଳେ ସେମାନଙ୍କ ନିକଟରେ ଟଙ୍କା ଥିବା କଥା ଜାଣି ଦୁର୍ବୃତ୍ତ ମାନେ ସେମାନଙ୍କୁ ଟାର୍ଗେଟ କରୁଥିବା ଜଣାପଡ଼ିଛି।

ମାଛ ବେପାରୀଙ୍କୁ ବନ୍ଧୁକ ମୁନରେ ଲୁଟ

ସେମିତି ଗୁରୁବାର କିଛି ବେପାରୀ ମାଛ ଆଣିବା ପାଇଁ ବଳରାମଗଡ଼ି ଯାଉଥିବା ବେଳେ ଗଛମାଳିଆ ଠାରେ କିଛି ଦୁର୍ବୃତ୍ତ ବେପାରିମାନଙ୍କୁ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ 35 ହଜାର ଟଙ୍କାରୁ ଅଧିକ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି ।

ତେବେ ଚାନ୍ଦିପୁର ଥାନା ପୋଲିସ ନିୟମିତ ପାଟ୍ରୋଲିଂ କରୁନଥିବା ବେଳେ ଆଗାମୀ ଦିନରେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଟ୍ରଲର ମାଲିକମାନେ ଆନ୍ଦୋଳନ କରିବେ ବୋଲି ଜଣାପଡ଼ିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.