ବାଲେଶ୍ବର: ଜଳେଶ୍ବର ଅବକାରୀ ବିଭାଗ ତରଫରୁ ଚଢାଉ ବେଳେ ହଜାରେ ଲିଟର ଦେଶୀ ମଦ ସହ ଏକ ମାରୁତି ଓମନି ଗାଡିକୁ ଜବତ କରାଯାଇଛି। ଏହାସହ ଏହି ବେପାରରେ ସମ୍ପୃକ୍ତ ଦୁଇ ବଙ୍ଗୀୟ ମଦ ବ୍ୟବସାୟୀଙ୍କୁ ଅବକାରୀ ବିଭାଗ ଗିରଫ କରିଛି।
ଜିଲ୍ଲା ଅବକାରୀ ଏସପି ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ବର ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ହରପ୍ରସାଦ ରଣାଙ୍କ ନେତୃତ୍ଵରେ ଚଢାଉ ହୋଇଥଲା। ଆଜି ସକାଳେ ରାଇବଣିଆ ଥାନା ଧାନଘେରି ନିକଟରେ ପଶ୍ଚିମବଙ୍ଗ ନୟାଗ୍ରାମ ଅଞ୍ଚଳରୁ ମଦ ନେଇ ଓଡିଶା ଆସୁଥିବା ଏକ ସିଲଭର ରଙ୍ଗର ମାରୁତି ଓମନିକୁ ଅଟକ ରଖିଥିଲେ ୲
ଗାଡି ଯାଞ୍ଚ କରିବାରୁ 10ଟି ବସ୍ତାରେ ଥିବା ଟ୍ୟୁବ ଭିତରୁ ଏକ ହଜାର ଲିଟର ମଦ ମିଳିଥିଲା ୲ ଗାଡି ଓ ମଦକୁ ଜବତ କରାଯିବା ସହ 2ବଙ୍ଗୀୟ ବେପାରୀ ଗିରଫ ହୋଇଥିବା ଜଣାପଡିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ