ETV Bharat / state

କୁଷ୍ଠ ରୋଗୀଙ୍କୁ ଅଣଦେଖା, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା

10 ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କୋଷ୍ଠ ରୋଗୀ ସମ୍ପର୍କୀୟଙ୍କ ଧାରଣା । ଅଧିକ ପଢନ୍ତୁ

author img

By

Published : May 4, 2023, 1:03 PM IST

leprosy patient relatives protest
leprosy patient relatives protest
leprosy patient relatives protest

ବାଲେଶ୍ବର: କୁଷ୍ଠ ରୋଗୀଙ୍କ ଚିକିତ୍ସା ପାଇଁ ମେଡିକାଲ ଖୋଲାଯାଇଛି । କିନ୍ତୁ ମେଡିକାଲକୁ ଡାକ୍ତର ନଆସିବା ସହ ଚିକିତ୍ସା ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ବାଲେଶ୍ବର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି କୁଷ୍ଠ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ । ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ଵର ବାମପଦା ଠାରେ କୁଷ୍ଠରୋଗର ନିରାକରଣ ପାଇଁ ଏକ ମେଡିକାଲ ରହିଛି । ଏଥି ସହ ସେଠାର ଏକ କଲୋନୀରେ କୁଷ୍ଠ ରୋଗୀ ଓ ସେମାନଙ୍କ ପରିବାର ବସବାସ କରୁଛନ୍ତି । ମାତ୍ର ମେଡିକାଲରେ ରୋଗୀମାନଙ୍କ ପାଇଁ ଚିକିତ୍ସା ସୁବିଧା ନଥିବା ବେଳେ ଡାକ୍ତର ମଧ୍ୟ ଆସୁନାହାନ୍ତି । ଏହାସହ ଜିଲ୍ଲାରେ ଥିବା କୁଷ୍ଠ ରୋଗୀ ମାନେ ସେମାନଙ୍କ ଅଧିକାର ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ।

ଏହାକୁ ବିରୋଧ କରି 10 ଦଫା ଦାବି ନେଇ ବୁଧବାର ରାସ୍ତାକୁ ଓହ୍ଲାଇଥିଲେ କୁଷ୍ଠରୋଗୀ ଓ ସେମାନଙ୍କ ପରିବାର । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିପିନ ମାରାଣ୍ଡିଙ୍କ ନେତୃତ୍ୱରେ କୁଷ୍ଠରୋଗୀ ଓ ସେମାନଙ୍କ ପରିବାର ଲୋକେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ଦାବି ଗୁଡିକ ହେଉଛି, ପ୍ରତ୍ୟେକ କୁଷ୍ଠ କଲୋନୀ ଆବାସୀଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ କରାଯାଉ, କଲୋନୀର ପ୍ରତ୍ୟେକ ଅନ୍ତେବାସୀମାନଙ୍କୁ ବାସଗୃହ, ମାଗଣା ପାଣି ଓ ବିଜୁଳି ଯୋଗାଇ ଦିଆଯାଉ । କଲୋନୀର ପ୍ରତ୍ୟେକ ଅନ୍ତେବାସୀମାନଙ୍କୁ ଚଳିବା ପାଇଁ ମାସିକ ସହାୟତା ରାଶି 5 ହଜାର ଲେଖାଏଁ ଦିଆଯାଉ । କଲୋନୀର ପ୍ରତ୍ୟେକ ଅନ୍ତେବାସୀମାନଙ୍କ ଝିଅ ବାହାଘର ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ ବାବଦକୁ 5 ଲକ୍ଷ ଟଙ୍କା ସହାୟତା ଓ ୩୫ କେଜି ଗହମ ଯୋଗାଇ ଦିଆଯାଉ । ରାଜ୍ୟରେ ଖାଲିଥିବା 359ଟି କୁଷ୍ଠ କର୍ମୀ ପଦବୀ ଏବଂ ଭାରତ ସରକାରଙ୍କ ଦ୍ଵାରା ମଞ୍ଜୁରପ୍ରାପ୍ତ 184ଟି କୁଷ୍ଠ କର୍ମୀ ପଦବୀ ପୂରଣ ନିମନ୍ତେ ଜାନୁଆରୀ 7, 2014 ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଉ ।

ସେହିପରି ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ପ୍ରତ୍ୟେକ କୁଷ୍ଠ ପୀଡ଼ିତଙ୍କୁ 40 ପ୍ରତିଶତ ବିକଳାଙ୍ଗ ପ୍ରମାଣପତ୍ର, ଆର.ଏଫ୍.ଟି ଏବଂ କୁଷ୍ଠମୁକ୍ତ ପ୍ରମାଣ ପତ୍ର ଦିଆଯାଉ । ଏଥିସହ ପେନ୍‌ସନ୍ ଘରେ ପହଞ୍ଚାଇ ଦିଆଯାଉ । ଜାତୀୟ ସ୍ତରୀୟ ହିନ୍ଦୁ କୁଷ୍ଠ ନିବାରଣ ସଂଘକୁ କାର୍ଯ୍ୟକ୍ଷମ କରାଯାଉ, ଏହାର ଭୁବନେଶ୍ଵର ଓପୁରୀ କୃଷ୍ଣାଶ୍ରମ ଜାରାକୁ ଉଦ୍ଧାର ସହିତ ସମସ୍ତ 86 ଗୋଟି କୁଷ୍ଠ କଲୋନୀ, 4ଟି କୁଷ୍ଠାଶ୍ରମ, 14ଟି କୁଷ୍ଠ ଚିକିତ୍ସାଳୟ ଭିତ୍ତିଭୂମି ବିକାଶ ମାନବ ସମ୍ବଳ ବ୍ୟବସ୍ଥା କରାଯାଉ ।

ପିଲାମାନଙ୍କୁ ପ୍ରଥମରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ମାଗଣାରେ ଆବାସିକ ବିଦ୍ୟାଳୟର ଶିକ୍ଷା, ଟ୍ରେନିଂ, ନିଯୁକ୍ତି, ଆତ୍ମ ନିଯୁକ୍ତି ଏବଂ ଥଇଥାନ ବ୍ୟବସ୍ଥା କରାଯାଉ । ଏହା ସହିତ ବିନା ସୁଧରେ 50% ସବସିଡିରେ ପ୍ରତ୍ୟେକ ପରିବାରକୁ ବ୍ୟବସାୟ ପାଇଁ 5 ଲକ୍ଷ ଟଙ୍କା ଋଣ ବ୍ୟବସ୍ଥା କରାଯାଉ ବୋଲି ଦାବି ହୋଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.