ETV Bharat / state

‘ଇଟାଭାଟି ମାଲିକଙ୍କୁ ସମୟ ଦିଆଯାଉ’ - ବାଲେଶ୍ବରରେ ବେଆଇନ ଇଟାଭାଟି

ବେଆଇନ ଭାବେ ଗଢି ଉଠିଥିବା ଇଟାଭାଟି ଗୁଡିକ ଭାଙ୍ଗିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଇଟାଭାଟି ମାଲିକ ଓ ଶ୍ରମିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଇଟାଭାଟି ପାଇଁ ଯେଉଁ ନିୟମ ଓ ଅନୁମତି ରହିବା କଥା ତାହା ମାଳିକମାନଙ୍କ ପାଖରେ ରହିଛି ବୋଲି ପ୍ରେସମିଟ୍‌ରେ କହିଛନ୍ତି ।

brick
brick
author img

By

Published : Dec 20, 2019, 11:18 PM IST

ବାଲେଶ୍ବର: ବେଆଇନ ଭାବେ ଗଢି ଉଠିଥିବା ଇଟାଭାଟି ଗୁଡିକ ଭାଙ୍ଗିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଶୁକ୍ରବାର ଇଟାଭାଟି ମାଲିକ ଓ ଶ୍ରମିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଯେଉଁଥିରେ ଜିଲ୍ଲାପାଳ ବେଆଇନ କହୁଥିବା ଇଟାଭାଟି ଗୁଡିକ ବେଆଇନ ନୁହେଁ ବରଂ ଆଇନ ସମ୍ମତ ବୋଲି ଯୁକ୍ତି କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ଇଟାଭାଟି ପାଇଁ ଯେଉଁ ନିୟମ ଓ ଅନୁମତି ରହିବା କଥା ତାହା ମାଳିକମାନଙ୍କ ପାଖରେ ରହିଛି। କେବଳ ଦୁଇଟି ଅନୁମତି ସେମାନଙ୍କ ପାଖରେ ନଥିବା ସେମାନେ କହିଛନ୍ତି। ଏହି ଦୁଇଟି ଅନୁମତି ପ୍ରଦାନରେ ସରକାରୀ କଳର ବ୍ୟବସ୍ଥା ଦାୟୀ ବୋଲି କୁହାଯାଇଛି । ଅନୁମତି ପାଇଁ ମାଲିକ ମାନଙ୍କୁ ସମୟ ଦିଆଯାଉ ବୋଲି ଦାବି ହୋଇଛି। ସମୟ ନଦେଇ ବେଆଇନ କହି ଇଟାଭାଟି ଭାଙ୍ଗିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସଂଘ ପ୍ରଶ୍ନ ଉଠାଇଛି ।

ଏହା ସହ ଇଟାଭାଟି ମାଲିକଙ୍କ ପାଖରୁ ଜିଲ୍ଲା ପ୍ରଶାସନ ବାର୍ଷିକ 1 ଲକ୍ଷ 50 ହଜାରଟଙ୍କାର ରୟାଲିଟି ଆଦାୟ କରୁଥିବା ସଂଘ କହିଛି । ଖାଲି ସେତିକି ନୁହେଁ 2016-17ରେ ଆହାର ଭୋଜନ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରତ୍ୟେକ ଇଟାଭାଟି ମାଲିକଙ୍କ ପାଖରୁ 20 ହଜାର ଟଙ୍କା ଆଦାୟ କରାଯାଇଥିବା କୁହାଯାଇଛି ।

ଗୁରୁବାର ଫୁଲାଡି ଅଞ୍ଚଳରେ ଥିବା ଇଟାଭାଟି ଭାଙ୍ଗିବାକୁ ଯାଇଥିବା ପ୍ରଶାସନ ଲୋକଙ୍କ ଜୋରଦାର ବିରୋଧ ଯୋଗୁଁ ନିରାଶ ହୋଇ ଫେରିଥିଲା । ଆଗାମୀ ଦିନରେ ପ୍ରଶାସନ ସମୟ ନଦେଇ ଇଟାଭାଟି ଭାଙ୍ଗିବାକୁ ଚେଷ୍ଟା କଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱରରେ ବେଆଇନ ଭାବେ ଗଢି ଉଠିଥିବା ଇଟାଭାଟି ଗୁଡିକ ଭାଙ୍ଗିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ନେଇ ଆଜି ଇଟାଭାଟି ମାଲିକ ଓ ଶ୍ରମିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଯେଉଁଥିରେ ଜିଲ୍ଲାପାଳ ବେଆଇନ କହୁଥିବା ଇଟାଭାଟି ଗୁଡିକ ବେଆଇନ ନୁହେଁ ବରଂ ଆଇନ ସମ୍ମତ ବୋଲି ଯୁକ୍ତି କରାଯାଇଥିଲା।

Body:ଇଟାଭାଟି ପାଇଁ ଯେଉଁ ନିୟମ ଓ ଅନୁମତି ରହିବା କଥା ତାହା ମାଳିକମାନଙ୍କ ପାଖରେ ରହିଛି। କେବଳ ଦୁଇଟି ଅନୁମତି ସେମାନଙ୍କ ପାଖରେ ନଥିବା ସେମାନେ କହିଛନ୍ତି। ଏହି ଦୁଇଟି ଅନୁମତି ପ୍ରଦାନରେ ସରକାରୀ କଳ ର ବ୍ୟବସ୍ଥା ଦାୟୀ ବୋଲି କୁହାଯାଇଛି । ଅନୁମତି ପାଇଁ ମାଲିକ ମାନଙ୍କୁ ସମୟ ଦିଆଯାଉ ବୋଲି ଦାବି ହୋଇଛି। ସମୟ ନଦେଇ ବେଆଇନ କହି ଇଟାଭାଟି ଭାଙ୍ଗିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସଙ୍ଘ ପ୍ରଶ୍ନ ଉଠାଇଛି। ଏହା ସହ ଇଟାଭାଟି ମାଲିକଙ୍କ ପାଖରୁ ଜିଲ୍ଲାପ୍ରଶାସନ ବାର୍ଷିକ 1 ଲକ୍ଷ 50 ହଜାର ଟଙ୍କାର ରୟାଲୀଟି ଆଦାୟ କରୁଥିବା ସଙ୍ଘ କହିଛି। ଖାଲି ସେତିକି ନୁହେଁ 2016-17 ରେ ଆହାର ଭୋଜନ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରତ୍ୟକ ଇଟାଭାଟି ମାଲିକଙ୍କ ପାଖରୁ 20 ହଜାର ଟଙ୍କା ଆଦାୟ କରାଯାଇଥିବା କୁହାଯାଇଛି।

Conclusion:ଗତକାଲି ଫୁଲାଡି ଅଞ୍ଚଳରେ ଥିବା ଇଟାଭାଟି ଭାଙ୍ଗିବାକୁ ଯାଇଥିବା ପ୍ରଶାସନ ଲୋକଙ୍କ ଜୋରଦାର ବିରୋଧ ଯୋଗୁଁ ନିରାଶ ହୋଇ ଫେରିଥିଲା। ଆଗାମୀ ଦିନରେ ପ୍ରଶାସନ ସମୟ ନଦେଇ ଇଟାଭାଟି ଭାଙ୍ଗିବାକୁ ଚେଷ୍ଟା କଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି।
ବାଇଟ- ରଞ୍ଜନ ପ୍ରଧାନ(ମାଲିକ ସଙ୍ଘ ସଦସ୍ୟ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.