ETV Bharat / state

ନଭେମ୍ବର ୧ରୁ ଖୋଲିବ କୁଲଡିହା ଅଭୟାରଣ୍ୟ, ମଜା ନେବେ ପର୍ଯ୍ୟଟକ

author img

By

Published : Oct 24, 2022, 11:25 AM IST

ଆସନ୍ତା ନଭେମ୍ବର ୧ ତାରିଖରୁ ଖୋଲିବ କୁଲଡିହା ଅଭୟାରଣ୍ୟ । ଏହା ଜୁନ ମାସ ୧୫ ତାରିଖ ଯାଏଁ ଖୋଲା ରହିବ । ଏନେଇ ପର୍ଯ୍ୟଟକ, ପ୍ରକୃତି ପ୍ରେମୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ନଭେମ୍ବର ୧ରୁ ଖୋଲିବ କୁଲଡିହା ଅଭୟାରଣ୍ଯ , ମଜା ନେବେ ପର୍ଯ୍ୟଟକ

ବାଲେଶ୍ବର: ଆସନ୍ତା ନଭେମ୍ବର ୧ ତାରିଖରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କୁଲଡିହା ଅଭୟାରଣ୍ୟ । ଜୁନ ମାସ 15 ତାରିଖ ଯାଏ ଏହା ଖୋଲା ରହିବ । ଏନେଇ ବନବିଭାଗ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ପର୍ଯ୍ୟଟକ, ପ୍ରକୃତି ପ୍ରେମୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି । ପର୍ଯ୍ୟଟନ ଋତୁରେ ଚଳିତ ବର୍ଷ ବେଶ ଗହଳି ଜମିବ ।

ବାଲେଶ୍ବର ସହରରରୁ ପ୍ରାୟ ୩୦କିମି ଏବଂ ନୀଳଗିରି ଠାରୁ ୧୨ କିମି ଦୂରରେ ଏହି କୁଲଡିହା ଅବସ୍ଥିତ । ଏହି ଅଭୟାରଣ୍ୟ ଭିତରେ ରହିଛି ସରୀସୃପ, ଚିତା ବାଘ, ଭାଲୁ, ହାତୀ,ଠେକୁଆ, ସମ୍ବର, ହରିଣ, ବଜ୍ରକାପ୍ତା ପ୍ରମୁଖ । ସେହିପରି ୨୪୦ ବିରଳ ପ୍ରଜାତିର ପକ୍ଷୀ ମଧ୍ୟ ଠାବ କରାଯାଇଛି । ପର୍ଯ୍ୟଟକଙ୍କ ପାଇଁ ବନ ବିଭାଗ ପକ୍ଷରୁ ଓ୍ବାଚ୍ ଟାଓ୍ବାର୍, କୃତ୍ରିମ ଲୁଣ କେନ୍ଦ୍ର, ଟ୍ରାଭେଲ ଓ୍ବିଥ୍ ଗାଇଡ୍, ତମ୍ବୁ ଘର ଏବଂ ବୋଟିଂ ଆଦିର ବ୍ୟବସ୍ଥା ରହିଛି । ଗଡସିମୁଳିଆ, ମେଚ୍ଛକୁଣ୍ଡ, ସୀତାପାଳ ଆଦି ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ଭ୍ରମଣର ବ୍ୟବସ୍ଥା ସହିତ କୁଲଡିହା, ଜଡାଚୁଆ, ପୁରୁଣା ପାଣି ଆଦି ସ୍ଥାନରେ ଜୀବଜନ୍ତୁଙ୍କ ପାଇଁ ଶରୀରର ଚାହିଦା ମେଣ୍ଟାଇବା ଲାଗି ଲୁଣ ଚାଟିବା କେନ୍ଦ୍ର ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିବ ।

୨ ବର୍ଷର କୋଭିଡ୍‌ କଟକଣା ପାଇଁ ପର୍ଯ୍ୟଟକମାନେ ଆସି ପାରି ନଥିବାରୁ ଚଳିତ ବର୍ଷ ବେଶ୍‌ ଗହଳି ଜମିବା ନେଇ ଅନୁମାନ କରାଯାଉଛି । ଏହାକୁ ଆଖି ଆଗରେ ରଖି ବନବିଭାଗ ଆସନ୍ତା ୧ ତାରିଖ ପର୍ଯ୍ୟଟକଙ୍କୁ ସ୍ବାଗତ ନିମନ୍ତେ ବ୍ୟାପକ ବ୍ୟବସ୍ଥା କରିବାରେ ଲାଗିପଡ଼ିଛନ୍ତି ।

ଇଟିଭି ଭାରତ,ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.