ETV Bharat / state

ଚୋରି ଶିଶୁ ପୁତ୍ର ଉଦ୍ଧାର, 3 ସନ୍ଦିଗ୍ଧଙ୍କୁ ମାଡମାରି ପୋଲିସ ଜିମା ଦେଲେ ଗ୍ରାମବାସୀ - Kidnapped baby rescued in balasore

ଚୋରି ହୋଇଥିବା ଶିଶୁ ପୁତ୍ର ଉଦ୍ଧାର ହେବା ସହ ଗ୍ରାମବାସୀଙ୍କ ହାବୁଡରେ ପଡିଲେ ସନ୍ଦିଗ୍ଧ ପିଲା ଚୋର । ନିସ୍ତୁକ ମାଡ ସହ ପୋଲିସକୁ ଜିମା ଦେଲେ ଗ୍ରାମବାସୀ । ଅଧିକ ପଢନ୍ତ...

ଚୋରି ଶିଶୁ ପୁତ୍ର ଉଦ୍ଧାର, 3 ସନ୍ଦିଗ୍ଧଙ୍କୁ ମାଡମାରି ପୋଲିସ ଜିମା ଦେଲେ ଗ୍ରାମବାସୀ
ଚୋରି ହୋଇଥିବା ଶିଶୁ ପୁତ୍ର ଉଦ୍ଧାର, 3 ସନ୍ଧିଗ୍ଧ ପିଲାଚୋରକୁ ମାଡମାରି ପୋଲିସ ଜିମା ଦେଲେ ଗ୍ରାମବାସୀ
author img

By

Published : Jun 30, 2021, 9:19 PM IST

ବାଲେଶ୍ବର: ଚୋରି ହୋଇଥିବା ଶିଶୁ ପୁତ୍ର ଉଦ୍ଧାର ହେବା ସହ ଗ୍ରାମବାସୀଙ୍କ ହାବୁଡରେ ପଡିଲେ ସନ୍ଦିଗ୍ଧ ପିଲା ଚୋର । ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାରେ । ବାଲିଆପାଳ ଥାନା ଛଡା ଗ୍ରାମରେ ଜଣେ ନାବାଳକ ସମେତ 3 ଜଣ ସନ୍ଦିଗ୍ଧ ପିଲାଚୋରଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ମାରିବା ସହ ପୋଲିସ ଜିମାରେ ଦେଇଛନ୍ତି ।

ଚୋରି ଶିଶୁ ପୁତ୍ର ଉଦ୍ଧାର, 3 ସନ୍ଦିଗ୍ଧଙ୍କୁ ମାଡମାରି ପୋଲିସ ଜିମା ଦେଲେ ଗ୍ରାମବାସୀ

ମିଳିଥିବା ସୂଚନା ଅନୁସାରେ, 13 ଦିନ ପୂର୍ବରୁ ସିଂଲା ଥାନା ଅନ୍ତର୍ଗତ ଚକଅର୍ଜୁନି ଗ୍ରାମର ଝୁନି ମାରେଣ୍ତିଙ୍କ 5 ମାସର ଶିଶୁ ପୁତ୍ରକୁ ଘରେ ଶୋଇଥିବାବେଳେ ଦୁବୃର୍ତ୍ତମାନେ ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଥିଲା । ଖୋଜାଖୋଜି ପରେ ଶିଶୁପୁତ୍ର ନମିଳିବାରୁ ଝୁନୁ ସିଂଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ତେବେ ଗତ ରାତିରେ ଛଡା ଗ୍ରାମରେ ଶିଶୁପୁତ୍ରଟିକୁ ରଖାଯାଇଥିବା ସୂଚନା ମିଳିବା ପରେ ଗ୍ରାମବାସୀ ଶିଶୁପୁତ୍ରକୁ ଉଦ୍ଧାର କରିବା 3 ଜଣ ପିଲା ଚୋରକୁ କାବୁ କରି ହାତଗୋଡ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ସେମାନେ ପିଲା ଚୋରି କରିଥିବା ନେଇ ସ୍ବୀକାର କରିଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି । ଖବର ପାଇ ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି 3 ଜଣ ଅଭିଯୁକ୍ତଙ୍କୁ ଆଣି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.