ବାଲେଶ୍ବର: ଜେଲ ଗଲେ କୋଟିପତି ସହକାରୀ ଶିକ୍ଷୟତ୍ରୀ । କାଞ୍ଚନିବାଗ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ମଞ୍ଜୁଶ୍ରୀ ନାୟକଙ୍କୁ ଜେଲ ପଠାଇଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ମଞ୍ଜୁଶ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା ।
ଏହାମଧ୍ୟ ପଢନ୍ତୁ, ଭିଜିଲାନ୍ସ ଜାଲରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ
ତାଙ୍କ ବାସଭବନ ସମେତ ଏକକାଳୀନ 5ଟି ସ୍ଥାନରେ ଭିଜିଲାନ୍ସ ଛାପା ମାରିଥିଲା । ଭିଜିଲାନ୍ସ ଜେରା କରିବା ପରେ ରବିବାର ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ