ETV Bharat / state

ପ୍ରାଚୀନ ସଭ୍ୟତାର ଗାଁ ଦୁର୍ଗାଦେବୀ, ମିଳିଲା ଲୌହ ଓ ତାମ୍ର ଯୁଗର କୀର୍ତ୍ତିରାଜି

ବାଲେଶ୍ବର ଦୁର୍ଗାଦେବୀ ଗ୍ରାମରୁ ଲୌହ ଓ ତାମ୍ର ଯୁଗର କୀର୍ତ୍ତିରାଜି ଠାବ । ପ୍ରାୟ 2500 ବର୍ଷ ପୂର୍ବର ପ୍ରାଚୀନ ସହରୀ ସଭ୍ୟତାର ବଳିଷ୍ଠ ପ୍ରମାଣ ମିଳିଛି ପ୍ରତ୍ନତତ୍ତ୍ବ ବିଭାଗକୁ । ଅଧିକ ପଢନ୍ତୁ...

author img

By

Published : Jul 3, 2021, 10:25 PM IST

Updated : Jul 3, 2021, 10:37 PM IST

ପ୍ରାଚୀନ ସଭ୍ୟତାର ଗାଁ ଦୁର୍ଗାଦେବୀ, ମିଳିଛି ଲୌହ ଓ ତାମ୍ର ଯୁଗର କୀର୍ତ୍ତିରାଜି
v

ବାଲେଶ୍ବର: ପ୍ରାଚୀନ କୀର୍ତ୍ତିରାଜିରେ ବିମଣ୍ଡିତ ଓଡିଶା । ଏହାର କୋଣ ଅନୁକୋଣ ଗାଏ ଉତ୍କଳୀୟ ସଂସ୍କୃତି ଆଉ ଇତିହାସର ଗାଥା । ଯାହାର ସଦ୍ୟ ଦୃଷ୍ଟାନ୍ତ ବାଲେଶ୍ବରର ଗାଁ ଦୁର୍ଗାଦେବୀରୁ ମିଳିଛି । ବୁଢାବଳଙ୍ଗ ଓ ସୋନ ନଦୀ ଅବବାହିକାରେ ଥିବା ଏହି ଗାଁରୁ ମିଳିଛି ପ୍ରାଚୀନ ସହରୀ ସଭ୍ୟତାର ପ୍ରମାଣ । ଏହି ଗାଁରେ ଖନନ କରି 4 ହଜାର ବର୍ଷ ପୂର୍ବର ପ୍ରାମାଣିକ ତଥ୍ୟ ପାଇଛି ପ୍ରତ୍ନତତ୍ତ୍ବ ବିଭାଗ । ଲୌହ- ତାମ୍ର ଯୁଗର କୀର୍ତ୍ତିରାଜି ଭାବେ ମୃଣ୍ମୟପାତ୍ର, ଲୌହ ସାମଗ୍ରୀ ଏବଂ ତାମ୍ରଯୁଗୀୟ ଘରର ନକ୍ସା ସମେତ ତାମ୍ର ପାଷାଣ ଯୁଗର ମାଟିପାତ୍ର, ତାମ୍ର ନିର୍ମିତ ବସ୍ତୁ, ଲୌହ ଯୁଗର ପ୍ରାଚୀନ ମାଟିପାତ୍ର, ଅଳଙ୍କାର ଆଦି କୀର୍ତ୍ତିରାଜି ଦୁର୍ଗାଦେବୀ ଅଞ୍ଚଳରୁ ଉଦ୍ଧାର ହୋଇଛି । ଐତିହାସିକ ସଭ୍ୟତାର ସନ୍ଧାନ ମିଳିବା ପରେ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଏହି ଗାଁ ।

ଗତ ମାର୍ଚ୍ଚ ମାସରେ ପ୍ରତ୍ନତତ୍ତ୍ବ ବିଭାଗ ଦୁର୍ଗାଦେବୀରେ ଖନନ କାର୍ଯ୍ୟ କରିଥିଲେ । ପ୍ରଥମ ପର୍ଯ୍ୟାୟ ଉତଖନନରୁ ଓଡିଶାର ପ୍ରାଚୀନ ସଂସ୍କୃତିର ବିକାଶର ପ୍ରାମାଣିକ ତଥ୍ୟ ଭାବେ ମୃଣ୍ମୟ ପାତ୍ର, ଲୌହ ସାମଗ୍ରୀ ଓ ତାମ୍ରଯୁଗୀୟ ଘରର ନକ୍ସା ଆଦି ମିଳିଛି । ସେହିପରି ତାମ୍ର ଯୁଗୀୟ ମାଟିପାତ୍ର, ମାଟି ନିର୍ମିତ ଅଳଙ୍କାର, ଖେଳଣା, ଲୁହା କଣ୍ଟା ସମେତ ଲୌହ ଯୁଗର ଲୁହାର ସ୍କାଗ, ଭାଲାର ଅଗ୍ରଭାଗ, କଣ୍ଟା, କଳା ଓ ଲାଲ ରଙ୍ଗର ମାଟିପାତ୍ର ଆଦି ଉଦ୍ଧାର ହୋଇଛି । ଏଥିସହ ବୃତ୍ତାକାର ବାସଗୃହର ସନ୍ଧାନ ମଧ୍ୟ ମିଳିଛି ଅଞ୍ଚଳରୁ । ଯାହାର ଚଟାଣ ମାଟି ଓ ଗେଙ୍ଗୁଟି ଦ୍ବାରା ଲିପା ଯାଇଥିବା ଜଣାଯାଇଛି । ଏପରିକି ଆଜକୁ ୪୦୦୦ ବର୍ଷ ପୂର୍ବରୁ ଉନ୍ନତ କୃଷି ସଂସ୍କୃତି ରହିଥିବା ସଙ୍ଗେ ସଙ୍ଗେ ଆଜିଠାରୁ ପ୍ରାୟ 2500 ବର୍ଷ ପୂର୍ବେ ସହରୀକରଣ ଆରମ୍ଭ ହୋଇଥିବାର ପ୍ରମାଣ ହସ୍ତଗତ କରିଛି ପ୍ରତ୍ନତତ୍ତ୍ବ ବିଭାଗ । ୨୫୦୦ ବର୍ଷ ତଳେ ଦୁର୍ଗାଦେବୀ ପ୍ରାଚୀନ ସହର ବୁଢାବଳଙ୍ଗ ଓ ସୋନ ନଦୀ ଅବବାହିକାର ମଧ୍ୟ ଭାଗରେ ୫ କିଲୋମିଟର ପରିଧି ମଧ୍ୟରେ ପରିବେଷ୍ଟିତ ଥିଲା । ଉଭୟ ପାର୍ଶ୍ବରେ ଗଙ୍ଗାହାର ଓ ପ୍ରସନ୍ନ ନଦୀ ଗଡ଼ଖାଇ ଭାବରେ ପ୍ରବାହିତ ହୋଇଛି । ଯାହା ବୁଢାବଳଙ୍ଗ ଓ ସୋନ ନଦୀ ସହ ରେମୁଣା ନିକଟରେ ମିଶିଛି ।

ଲୋକକଥା ଅନୁସାରେ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାୟ 4 ହଜାର ବର୍ଷ ପୂର୍ବ ହରିଚନ୍ଦନ ନାମକ ଜଣେ ରାଜା ରାଜୁତି କରୁଥିଲେ । ସେ ସମୟରେ ଗ୍ରାମର ଆଖପାଖରେ ଗଡ ରହିଥିଲା । ରାଜା ହରିଚନ୍ଦନ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା କରୁଥିବା ଯୋଗୁଁ ଏହି ଗ୍ରାମର ନାଁ ଦୁର୍ଗାଦେବୀ ରଖାଯାଇଥିଲା ।

ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ଉଜ୍ଜୀବିତ ହୋଇଥିବା ଏହି କୀର୍ତ୍ତିରାଜି ଓଡ଼ିଶାର ଇତିହାସ ଓ ସଂସ୍କୃତିର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଭାରତ ଇତିହାସକୁ ରୁଦ୍ଧିମନ୍ତ କରିଛି । ଦୁର୍ଗାଦେବୀ ଅଞ୍ଚଳକୁ ଖନନ କରାଗଲେ ଆହୁରି ପ୍ରାଚୀନ ସଭ୍ୟତା ଉଦ୍ଧାର ହେବ ବୋଲି କୁହାଯାଇଛି । ଏମିତିକି ମାଟି ତଳେ ରାଜ ଉଆସ ସାଙ୍ଗକୁ ମନ୍ଦିର ରହିଥିବା ଶୁଣିବାକୁ ମିଳୁଛି । ତେବେ କୋଭିଡ ଯୋଗୁଁ ପ୍ରତ୍ନତତ୍ତ୍ବ ବିଭାଗର ଖନନ କାର୍ଯ୍ୟ ବର୍ତ୍ତମାନ ପାଇଁ ବନ୍ଦ ଥିବାବେଳେ ଆସନ୍ତା ଅକ୍ଟୋବର ମାସରେ ପୁଣି କାର୍ଯ୍ୟ ଚାଲିବା ନେଇ ସୂଚନା ମିଳିଛି । ତେବେ ଏହି ସ୍ଥାନ ଆଗାମୀ ପିଢ଼ି ପାଇଁ ନିଶ୍ଚୟ ଭାବେ ପ୍ରେରଣାଦାୟୀ ହେବ ବୋଲି ମତପ୍ରକାଶ ପାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 3, 2021, 10:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.