ETV Bharat / state

2ଦିନରେ ବଜ୍ରପାତ ନେଲା 3 ମୁଣ୍ଡ

ଉତ୍ତର ଓଡିଶାରେ କାଳବୈଶାଖୀ ପ୍ରଭାବ । ପ୍ରଭାବରେ ଝଡତୋଫାନ ସାଙ୍ଗକୁ ଘଡଘଡି ବଜ୍ରପାତ ହେଉଛି । ତେବେ ଗତ ଦୁଇ ଦିନରେ ବାଲେଶ୍ବରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆନନ୍ଦପୁରରେ ଜଣଙ୍କର ମୃତ୍ୟୁ ହୋଇଛି ।

author img

By

Published : Mar 5, 2019, 11:41 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଉତ୍ତର ଓଡ଼ିଶାରେ ଡରାଉଛି ବଜ୍ରପାତ । ଆଜି ଦୁଇଟି ସ୍ଥାନରେ ପୃଥକ ପୃଥକ ଭାବେ ବଜ୍ରପାତରେ 2 ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ବାଲେଶ୍ବର ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ବଜ୍ରପାତ ନେଇଛି ଆଉ ଏକ ଜୀବନ । ସେହିପରି କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ମଧ୍ୟ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି ।

ସୂଚନାନୁସାରେ, ବାଲେଶ୍ବର ଜିଲ୍ଲା ଭୋଗରାଇର ସାନଆଉସା ଗ୍ରାମର ଯୋଗେନ୍ଦ୍ର ବେହେରା ଓ ରାତିରାଣୀ ଜେନା ଚାଷ ଜମିରେ ସାର ଦେଉଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା । ଫଳରେ ଉଭୟ ଗୁରୁତର ହୋଇଥିବା ବେଳେ ଦୁହିଁଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପରେ ଯୋଗେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ସେପଟେ, ରିତାରାଣୀଙ୍କୁ ତୁରନ୍ତ ବାଲେଶ୍ବର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ଜିଲ୍ଲାରେ ଗତ 2 ଦିନ ଭିତରେ 2ଟି ଜୀବନ ଅକାଳରେ ଚାଲିଯାଇଥିବା ବେଳେ ପ୍ରଶାସନିକ ସ୍ତରରେ ସଚେତନା କେବଳ ନାମ ମାତ୍ର ବୋଲି ଅଭିଯୋଗ ହେଉଛି ।

ଆନନ୍ଦପୁର ଥାନା କୋଡପଡା ଗ୍ରାମର ଗୋବର୍ଦ୍ଧନ ପଲେଇ ନାମକ ଜଣେ ବ୍ୟକ୍ତି ବର୍ଷାରୁ ରକ୍ଷା ପାଇବା ପାଇଁ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ଯୋଗୁଁ ସେଠାରେ ଟଳି ପଡ଼ିଥିଲେ । ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ ସଙ୍ଗେ ସଙ୍ଗେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର ।

undefined

ବାଲେଶ୍ବରରୁ ଜୀବନ ଜ୍ୟୋତି ନାଏକ, ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.