ETV Bharat / state

ନିଆରା ଢଙ୍ଗରେ କୋରୋନା ସଚେତନ କଲେ ୩୦ ସାଙ୍ଗ

author img

By

Published : May 4, 2020, 12:30 PM IST

କୋରୋନା ଯୁଦ୍ଧରେ ସାମିଲ ଥିବା ପ୍ରତିଟି କୋରୋନା ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନ ସହ ସଚେତନ କରିଛନ୍ତି କିଛି ଛାତ୍ରଛାତ୍ରୀ । ଯେଉଁମାନେ ଘରେ ରହି ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ।

corona awareness
ନିଆରା ଢଙ୍ଗରେ କୋରୋନା ସଚେତନ

ବାଲେଶ୍ବର: ନିଆରା ଢଙ୍ଗରେ କୋରୋନା ସଚେତନ । କୋରୋନାକୁ ନେଇ ସାରା ବିଶ୍ବ ଚିନ୍ତିତ ଥିବାବେଳେ ସତର୍କତା ଓ ସଚେତନତା ନିହାତି ଆବଶ୍ୟକ। ସେଇଥିପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଲୋକମାନଙ୍କୁ କୋରୋନା ସମ୍ପର୍କରେ ଅନେକ ସଚେତନ କରାଯାଉଛି। ବହୁ ବ୍ୟକ୍ତିବିଶେଷ ମଧ୍ୟ କୋରୋନାକୁ ନେଇ ଲୋକମାନଙ୍କୁ ସଚେତନ କରାଇବା ସହ କୋରୋନା ଯୁଦ୍ଧରେ ସାମିଲ ଥିବା ପ୍ରତିଟି ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନ ଜଣାଯାଉଛି।

ନିଆରା ଢଙ୍ଗରେ କୋରୋନା ସଚେତନ

ବର୍ତ୍ତମାନ ଏହି ସଚେତନ ଓ ଧନ୍ୟବାଦ ଟ୍ରେଣ୍ଡ ମଧ୍ୟରେ କିଛି ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ଛାତ୍ରଛାତ୍ରୀ ମଣ୍ଟି ଅଗ୍ରୱାଲ, ସସ୍ମିତା ସାହୁ, ସିଦ୍ଧାନ୍ତ ବିଶ୍ବାଳ ଓ ହିମାଂଶୁ ରାଉତଙ୍କ ଆହ୍ବାନକ୍ରମେ 30 ଜଣ ସାଙ୍ଗ ମିଶି ଏକ ନିଆରା ଢଙ୍ଗରେ ଲୋକମାନଙ୍କୁ ସଚେତନ କରିଛନ୍ତି । ଏମାନେ ସମସ୍ତେ ନିଜ ନିଜ ହାତରେ ପୋଷ୍ଟର ଧରି କୋରୋନା ମହାସଂଗ୍ରାମରେ ଧର୍ଯ୍ୟ ରଖି ଏହାକୁ ସାମ୍ନା କରିବା ସହ କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଏକ ଭିଡିଓ ମାଧ୍ୟମରେ ସମ୍ମାନ ଜଣାଇଛନ୍ତି।

ତେବେ ସବୁଠୁ ବଡ କଥା ହେଲା, ଏହି ଭିଡ଼ିଓରେ ଥିବା ସମସ୍ତ ଯୁବକ ଓ ଯୁବତୀ ନିଜ ଘରେ ଥାଇ ଏହି ଭିଡିଓ ତିଆରି କରିଛନ୍ତି। କୋରୋନା ଯୋଦ୍ଧାଙ୍କୁ ସହଯୋଗ କରିବା ସହ ଧୈର୍ଯ୍ୟର ସହ ସରକାରୀ ନିୟମ ପାଳନ କଲେ କୋରୋନା କବଳରୁ ମୁକୁଳି ହେବ ବୋଲି ଭିଡିଓ ଦ୍ବାରା ସେମାନେ ସନ୍ଦେଶ ଦେଇଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.