ETV Bharat / state

ଘୁ ଘୁ ଗର୍ଜନ କରି ମାଡି ଆସୁଛି ସମୁଦ୍ର, ଜଳବନ୍ଦୀ ବାଲେଶ୍ବର

ବାତ୍ୟା ୟସ ପ୍ରଭାବରେ ବାଲେଶ୍ବର ଜିଲ୍ଲା ସଦର ବ୍ଳକର ବିଭିନ୍ନ ଅଞ୍ଚଳ ଏବେ ଜଳବନ୍ଦୀ ରହିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ....

ବିଭିନ୍ନ ଅଞ୍ଚଳ ଜଳମଗ୍ନ
ବିଭିନ୍ନ ଅଞ୍ଚଳ ଜଳମଗ୍ନ
author img

By

Published : May 26, 2021, 11:21 AM IST

Updated : May 26, 2021, 11:48 AM IST

ବାଲେଶ୍ବର: ଆରମ୍ଭ ହୋଇଯାଇଛି ବାତ୍ୟା ୟସର ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାଲେଶ୍ବର ଜିଲ୍ଲାରେ ତାଣ୍ଡବ ରଚୁଛି ବାତ୍ୟା ୟସ । ସୁ ସୁ ପବନରେ ନଇଁ ପଡୁଛି ଗଛ । ଶାନ୍ତ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି । ରେମୁଣା ଓ ବାହାନଗାରେ ଲ୍ୟାଣ୍ଡଫଲ କରିପାରେ ୟସ । ୟସ ପ୍ରଭାବରେ ସଦର ବ୍ଳକର ବିଭିନ୍ନ ଅଞ୍ଚଳ ଏବେ ଜଳବନ୍ଦୀ ରହିଥିବା ସୂଚନା ମିଳିଛି । ସାର୍ଥା, କଷାଫଳ ଓ ଚାନ୍ଦିପୁରର ଅନେକ ଅଞ୍ଚଳ ଭିତରକୁ ଜୁଆର ମାଡି ଯାଇଥିବା ଜଣାପଡିଛି । ଜଳବନ୍ଦୀରେ ଫସି ରହିଛନ୍ତି ଅନେକ ଲୋକ । ପ୍ରାୟ ଚାରିରୁ ପାଞ୍ଚ ହଜାର ଲୋକ ଫସି ରହିଥିବା ସୂଚନା ମିଳିଛି । ଗଛପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ବିଭିନ୍ନ ଅଞ୍ଚଳ ଜଳମଗ୍ନ

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

Last Updated : May 26, 2021, 11:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.