ETV Bharat / state

ବେଆଇନ ବାଲି ଗଦା ଉପରେ ତହସିଲଦାରଙ୍କ ଚଢ଼ାଉ

author img

By

Published : May 10, 2022, 8:01 PM IST

ବାଲେଶ୍ଵର ଜିଲ୍ଲା ରେମୁଣା ତହସିଲ ଅଧିନରେ ବେଆଇନ ବାଲି ଉତ୍ତୋଳନ ଓ ଗଦା ମାରିବା ସ୍ଥାନରେ ତହସିଲଦାର ଚଢ଼ଉ କରିଛନ୍ତି । ଅଧିକ ପଢ଼ନ୍ତୁ

ବେଆଇନ ବାଲି ଗଦା ଉପରେ ଚଢ଼ଉ
ବେଆଇନ ବାଲି ଗଦା ଉପରେ ଚଢ଼ଉ

ବାଲେଶ୍ଵର : ବାଲେଶ୍ଵରର ବିଭିନ୍ନ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଛି । ଏନେଇ ତହସିଲଦାର ସିତାଂଶୁ ଶେଖର ଦାସଙ୍କ ପାଖରେ ଖବର ପହଞ୍ଚିବା ପରେ ନୂଆଗାଁ ଅଞ୍ଚଳରେ ଚଢ଼ାଉ କରି ବାଲି ଜବତ କରିଥିଲେ । ଅପରାହ୍ନରେ ହଳଦିଆ ଅଞ୍ଚଳରେ ବେଆଇନ ଭାବେ ଗଦା ମରାଯାଇଥିବା ବାଲି ଜବତ କରି ରାଜପଥ କାର୍ଯ୍ୟ ଚାଲିଥିବା ବେଳେ ସେଠାରେ ବ୍ୟବହାର ପାଇଁ ବିକ୍ରି କରିଥିଲେ ।

ବେଆଇନ ବାଲି ଗଦା ଉପରେ ଚଢ଼ଉ

ସମ୍ପୃକ୍ତ ଅର୍ଥରାଶି ସରକାରୀ ତହବିଲରେ ଜମା କରାଯିବ ବୋଲି ଜଣାପଡିଛି । ତେବେ ଜବତ ବାଲି ଆନୁମାନିକ 2 ହଜାର କ୍ୟୁବିକ ମିଟର ବୋଲି ଜଣାପଡିଛି। ଏମିତି ବେଆଇନ ଭାବେ ବାଲି ଗଚ୍ଛିତ ରଖିବା ଓ ଉତ୍ତୋଳନ କରିବା ଦିଗରେ ତହସିଲଦାର ପଦକ୍ଷେପ ନେବେ ବୋଲି କହିଛନ୍ତି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.