ବାଲେଶ୍ବର: ଜିଲ୍ଲା ସୋର ଥାନାର ଗୋପାଳପୁର ଓ ଅନନ୍ତପୁର ବଜାରରେ ଅବକାରୀ ବିଭାଗର ଚଢ଼ାଉ । ବେଆଇନ ଭାବେ ଗଚ୍ଛିତ ଥିବା କୋରସ କମ୍ପାନୀର ବିପୁଳ ପରିମାଣର କଫ ସିରପ ରଖିଥିବା ନେଇ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ।
ଚଢ଼ାଉ ବେଳେ 100 ବୋତଲରୁ ଅଧିକ ସିରପ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । ଏହି ସିରାପ ଗୁଡିକୁ ଅସାମାଜିକ ବ୍ୟକ୍ତି ମାନେ ବ୍ୟବହାର କରିଥାନ୍ତି । ଏହି ଚଢାଉରେ ବାଲେଶ୍ଵର, ସୋର ଓ ନୀଳଗିରି ଅବକାରୀ ବିଭାଗ ମିଳିତ ଭାବେ ସାମିଲ ହୋଇଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ