ବାଲେଶ୍ଵର: ଜିଲ୍ଲାରେ ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ ଚଢ଼ାଉ। ଯାହାଫଳରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ଇନିସପେକ୍ଟର ଗାଲୁରାମ ସୋରେନଙ୍କ ନେତୃତ୍ୱରେ ଏକ ଟିମ ସିମୁଳିଆ ଥାନା ମଇତାପୁର ପାଖରେ ଗଞ୍ଜେଇ ଚାଲାଣ ବିଷୟରେ ଖବର ପାଇ ଚଢ଼ାଉ କରିଥିଲେ।
ଚଢ଼ାଉରେ 30 କିଲୋ ଗଞ୍ଜେଇ ଜବତ କରିବା ସହ ଚାଲାଣ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।
ଗିରଫ ଅଭିଯୁକ୍ତମାନେ ଭୁବନେଶ୍ୱରରୁ ଗଞ୍ଜେଇ ନେଇ ବାଲେଶ୍ଵର ଓ କଲିକତା ଚାଲାଣ କରିବା ପୂର୍ବରୁ ଅବକାରୀ ବିଭାଗର ପଞ୍ଝାରେ ପଡିଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ