ETV Bharat / state

ବେଆଇନ ନର୍ସିଂହୋମ ସିଲ୍ କଲା ସ୍ୱାସ୍ଥ୍ୟ ବିଭାଗ

author img

By

Published : Sep 4, 2020, 10:06 PM IST

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରି ଗମ୍ଭାରିଆ ଗ୍ରାମରେ ବେଆଇନ ଭାବେ ଚାଲିଥିବା ଏକ ନର୍ସିଂହୋମ ସହ ଔଷଧ ଦୋକାନ ସିଲ କଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବେଆଇନ ନର୍ସିଂହୋମ ସିଲ୍ କଲା ବିଭାଗ
ବେଆଇନ ନର୍ସିଂହୋମ ସିଲ୍ କଲା ବିଭାଗ

ବାଲେଶ୍ଵର: ଭୋଗରାଇ ବ୍ଲକ ତାଳସାରି ଗମ୍ଭାରିଆ ଗ୍ରାମରେ ବେଆଇନ ଭାବେ ଚାଲିଥିବା ଏକ ନର୍ସିଂହୋମ ସହ ଔଷଧ ଦୋକାନ ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଚଢ଼ାଉ କରି ସିଲ କରିଛି । ଚଢ଼ାଉ ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଔଷଧ ଗୁଡିକ ଯାଞ୍ଚ କରାଯାଇଥିଲା ।

ବେଆଇନ ନର୍ସିଂହୋମ ସିଲ୍ କଲା ବିଭାଗ

ଏହି ନର୍ସିଂହୋମ ଦୀର୍ଘ ଦିନରୁ ବେଆଇନ ଭାବେ ଚାଲୁଥିବାର ଅଭିଯୋଗ ହୋଇ ଆସୁଥିଲା । ଚଢ଼ାଉରେ ଡ୍ରଗ ଇନ୍ସପେକ୍ଟର ଜ୍ଞାନଦା ଶୁଭଦର୍ଶନୀ ନନ୍ଦ ଏକ୍ସସାଇଜ ଆଇଆଇସି ପ୍ରବୀଣ କୁମାର ପ୍ରଧାନ ଓ ଭୋଗରାଇ ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିଲେ । ବିଭିନ୍ନ ତଥ୍ୟ ହାସଲ କରିବା ସହ ଉକ୍ତ ନର୍ସିଂହୋମ ସିଲ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.