ETV Bharat / state

ଗ୍ୟାଙ୍ଗଷ୍ଟାର ହାଇଦରକୁ ହତ୍ୟା କରିଛି ପୋଲିସ, ଅଭିଯୋଗ ଆଣିଲେ ସ୍ତ୍ରୀ ହସିନା ବିବି - ହସିନା ବିବି

ଗ୍ୟାଙ୍ଗଷ୍ଟାର ହାଇଦରକୁ ପୋଲିସ ହତ୍ୟା କରିଥିବା ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନାରେ ଅଭିଯୋଗ କଲେ ସ୍ତ୍ରୀ ହସିନା ବିବି । ଅଧିକ ପଢନ୍ତୁ...

ଗ୍ୟାଙ୍ଗଷ୍ଟାର ହାଇଦରଙ୍କୁ ପୋଲିସ ହତ୍ୟା କରିଛି, ଅଭିଯୋଗ ଆଣିଲେ  ସ୍ତ୍ରୀ  ହସିନା ବିବି

author img

By

Published : Oct 21, 2021, 1:43 PM IST

ବାଲେଶ୍ବର: ଗ୍ୟାଙ୍ଗଷ୍ଟାର ହାଇଦର ଏନକାଉଣ୍ଟର ଘଟଣାରେ ନୂଆ ମୋଡ଼ । ହାଇଦରରଙ୍କୁ ପୋଲିସ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ସ୍ତ୍ରୀ ହସିନା ବିବି । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନାରେ ସ୍ତ୍ରୀ ହସିନା ବିବି ଏମିତି ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ସେ କହିଛନ୍ତି ଯେ ତାଙ୍କ ସ୍ବାମୀ ହାଇଦରଙ୍କୁ ଚକ୍ରାନ୍ତ କରି ପୋଲିସ ହତ୍ୟା କରିଛି । ଏହାସହ ପୋଲିସ ତାଙ୍କୁ ଟଙ୍କା ମାଗିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ । ଯାହା ଫଳରେ ସେ ତାଙ୍କୁ ବାରିପଦା ଜେଲକୁ ନେଉଥିବା ବେଳେ ପୋଲିସ ତାଙ୍କୁ ଏନକାଉଣ୍ଟର କରିଥିଲା ।

ଗ୍ୟାଙ୍ଗଷ୍ଟାର ହାଇଦରଙ୍କୁ ପୋଲିସ ହତ୍ୟା କରିଛି, ଅଭିଯୋଗ ଆଣିଲେ ସ୍ତ୍ରୀ ହସିନା ବିବି

ସୂଚନା ଅନୁଯାୟୀ, ଚଳିତ ମାସ 24 ତାରିଖରେ ଅପରେସନ କ୍ଲିନଅପ ମାଧ୍ୟମରେ ଚୌଦ୍ବାର ସର୍କଲ ଜେଲରୁ ବାରିପଦା ସେଣ୍ଟ୍ରାଲ ଜେଲକୁ ହାଇଦରକୁ ସ୍ଥାନାନ୍ତର କରାଯାଉଥିଲା । ଏହି ସମୟରେ ହାଇଦର ପରିସ୍ରା ବାହାନାରେ ଖସିବାକୁ ଚେଷ୍ଟା କରିବାରୁ ପୋଲିସ ଏନକାଉଣ୍ଟର କରିଥିଲା । ଏନକାଉଣ୍ଟର ପରେ ମେଡିକାଲ ଚିକିତ୍ସିତ ଅବସ୍ଥାରେ ହାଇଦରର ମୃତ୍ୟୁ ଘଟିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.