ବାଲେଶ୍ଵର: ଘରୋଇ କଳି ନେଲା ଜୀବନ । ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଅଭିଯୋଗ । ବାଲେଶ୍ବର ଜିଲ୍ଲା ତଳକିଆ ପଞ୍ଚାୟତର ବିରିହା ଗାଁରେ ମଙ୍ଗୁଳୁ ଦଳେଇ(42) ଆତ୍ମ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଗତକିଛି ଦିନ ଧରି ମଙ୍ଗୁଳୁଙ୍କ ପରିବାର ଭିତରେ କଳହ ଲାଗି ରହିଥିଲା । ମଙ୍ଗୁଳୁ ଅନେକ ସମୟରେ ମଦ୍ୟପାନ କରି ସ୍ତ୍ରୀ ଓ ପିଲାଙ୍କୁ ମାରପିଟ କରୁଥିବା ଅଭିଯୋଗ ହୋଇଛି । ଶୁକ୍ରବାର ରାତିରେ ମଙ୍ଗୁଳୁ ମଦ୍ୟପାନ କରି ସ୍ତ୍ରୀ ଓ ପିଲାଙ୍କ ଝଗଡା କରିଥିଲା । ବିଳମ୍ବିତ ରାତିରେ ମାନସିକ ଭାରସାମ୍ୟ ହରାଇ ପରେ ନିଜ ଦେହରେ କିରୋସିନ ଢାଳି ହୋଇ ମଙ୍ଗୁଳୁ ଆତ୍ମହତ୍ୟା କରିଛନ୍ତି ।
ଅନ୍ୟପଟେ ସ୍ତ୍ରୀ ଓ ପିଲା ମଙ୍ଗୁଲୁକୁ ପିଟିପିଟି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଔପଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ