ବାଲେଶ୍ଵର: ସାମାଜିକ ଦୂରତା ଭୁଲିଗଲେ ଅସ୍ଥାୟୀ ସ୍ବାସ୍ଥ୍ୟ କର୍ମୀ ଆବେଦନକାରୀ । ବାଲେଶ୍ଵର ଜିଲ୍ଲାରେ ଅସ୍ଥାୟୀ ସ୍ବାସ୍ଥ୍ୟ କର୍ମୀ ନିଯୁକ୍ତି ପାଇଁ 140ଟି ପୁରୁଷ ସ୍ବାସ୍ଥ୍ୟକର୍ମୀ ପଦବୀ ସହ 114 ଜଣ ମହିଳା, 8ଟି ଲାବ୍ରୋଟାରୀ ଟେକ୍ନିସିଆନ 8 ଟି ରେଡ଼ିଓଲୋଜି ଓ 24ଟି ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ସମୁଦାୟ ଜିଲ୍ଲାର 1 ହଜାରରୁ ଅଧିକ ଆବେଦନକାରୀ ନିର୍ଦ୍ଧାରିତ ସମୟରେ ବାଲେଶ୍ଵର ଜିଲ୍ଲା ସ୍କୁଲରେ ପହଞ୍ଚିଥିଲେ । ମାତ୍ର ସେଠାରେ ଆବେଦନକାରୀମାନେ ସାମାଜିକ ଦୂରତା ଭୁଲି ଯାଇଥିଲେ । ହେଲେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ଭିଡକୁ ନିୟନ୍ତ୍ରଣ କରି ଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ