ETV Bharat / state

ବିଦ୍ୟତୁ ତାର ସଂସ୍ପର୍ଶରେ ଆସିଲେ ପ୍ରଧାନଶିକ୍ଷକ ଓ ଦୁଇ ଛାତ୍ର, ଗୁରୁତର ଅବସ୍ଥାରେ ଉଦ୍ଧାର - ବିଦ୍ୟତୁ ସଂସ୍ପର୍ଶରେ ଆସି ପ୍ରଧାନଶିକ୍ଷକ ଓ ଛାତ୍ର ଗୁରୁତର

ସୋର ଅଞ୍ଚଳରେ ଏକ ବିଦ୍ୟାଳୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରଧାନ ଶିକ୍ଷକ ଓ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି । ସୋର ପୌରପାଳିକା 19 ନଂ ୱାର୍ଡ ତେଲିଆଗଞ୍ଜ ନଛିପୁର ପ୍ରାଥମିକ ବିଦ୍ୟାଳୟରେ ଏଭଳି ଏକ ଅଘଟଣ ଘଟିଛି । ଅଧିକ ପଢ଼ନ୍ତୁ

ବିଦ୍ୟତୁ ତାର ସଂସ୍ପର୍ଶରେ ଆସିଲେ ପ୍ରଧାନଶିକ୍ଷକ ଓ ଦୁଇ ଛାତ୍ର, ଗୁରୁତର ଅବସ୍ଥାରେ ଉଦ୍ଧାର

author img

By

Published : Jul 27, 2022, 7:58 PM IST

ବାଲେଶ୍ଵର: ଜିଲ୍ଲା ସୋର ଅଞ୍ଚଳର ଏକ ବିଦ୍ୟାଳୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରଧାନ ଶିକ୍ଷକ ଓ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି । ସୋର ପୌରପାଳିକା 19 ନଂ ୱାର୍ଡ ତେଲିଆଗଞ୍ଜ ନଛିପୁର ପ୍ରାଥମିକ ବିଦ୍ୟାଳୟ ଏଭଳି ଏକ ଅଘଟଣ ଘଟିଛି । ଦୁଇ ଛାତ୍ର ଓ ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ବିଦ୍ୟତୁ ତାର ସଂସ୍ପର୍ଶରେ ଆସିଲେ ପ୍ରଧାନଶିକ୍ଷକ ଓ ଦୁଇ ଛାତ୍ର, ଗୁରୁତର ଅବସ୍ଥାରେ ଉଦ୍ଧାର

ତେଲିଆଗଞ୍ଜ ନଛିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା । ଦୁଇଜଣ ଛାତ୍ର ସେଠାକୁ ଯାଇଥିବା ବେଳେ ହଠାତ ବିଦ୍ୟୁତ ଆଘାତର ଶୀକାର ହୋଇଥିଲେ । ଏହାକୁ ଦେଖି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ମହାନ୍ତି ଦୁଇ ଛାତ୍ରଙ୍କୁ ଉଦ୍ଧାର କରିବା ବେଳ ନିଜେ ବିଦ୍ୟୁତ ଆଘାତର ଆହାତ ହୋଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ ।

ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗତକାଲି(ମଙ୍ଗଳବାର) ରାତିରେ ସ୍କୁଲ୍‌ରୁ ପାଣି ମୋଟର ଚୋରି କରିବା ପରେ ଚୋରମାନେ ବିଦ୍ୟୁତ ତାର ମୁକୁଳା ଛାଡ଼ି ଚାଲି ଯାଇଥିଲେ । ଏହି ତାର ସଂସ୍ପର୍ଶରେ ଆସି ଛାତ୍ର ଓ ପ୍ରଧାନ ଶିକ୍ଷକ ଗୁରୁତର ହୋଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.