ବାଲେଶ୍ବର: ଜିଲ୍ଲାର ଜଳସେଚନ ବିଭାଗର ଜଣେ ଠିକା ଡ଼୍ରାଇଭରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି ।
ମୃତକଙ୍କ ନାମ ଗୋପାଳଚନ୍ଦ୍ର ନାୟକ ହୋଇଥିବାବେଳେ ତାଙ୍କ ଘର ବସ୍ତା ଅଞ୍ଚଳରେ ବୋଲି ଜଣାପଡ଼ିଛି । ଗତ 3 ମାସ ପୂର୍ବରୁ ଗୋପାଳ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଗାଡ଼ି ଚଲାଉଥିଲେ । ରବିବାର ନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ଭୁବନେଶ୍ବର ଯିବାକୁ ଥିବାବେଳେ ବିଭାଗରେ ଥିବା IBରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ସହକର୍ମୀମାନେ ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । କିନ୍ତୁ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ