ETV Bharat / state

ବେଦୀରେ ଶଙ୍ଖା-ଚୁଡି ଖୋଲିଲେ କନିଆଁ, ବର ହୋଇଗଲେ ବେହୋସ

author img

By

Published : May 18, 2022, 3:57 PM IST

Updated : May 18, 2022, 5:05 PM IST

ବେଦୀରେ ବିବାହ କରିବାକୁ ମନାକଲେ କନିଆଁ । ହାତରୁ ଶଙ୍ଖା-ଚୁଡି କାଢି ଫିଙ୍ଗିଦେବା ପରେ ବେହୋସ ହୋଇଗଲେ ବର । ଅଧିକ ପଢନ୍ତୁ

ବେଦୀରେ ଶଙ୍ଖା-ଚୁଡି ଖୋଲିଲେ କନିଆଁ, ବର ହୋଇଗଲେ ବେହୋସ
ବେଦୀରେ ଶଙ୍ଖା-ଚୁଡି ଖୋଲିଲେ କନିଆଁ, ବର ହୋଇଗଲେ ବେହୋସ

ବାଲେଶ୍ବର: ସଜା ସରିଛି ବାହାବେଦୀ, ବେଦୀରେ ବସିଛନ୍ତି ବର-କନିଆଁ । ହାତଗଣ୍ଠି ମଧ୍ୟ ପଡି ସାରିଥିଲା । ହେଲେ ବର କନିଆଁଙ୍କୁ ସିନ୍ଦୂର ପିନ୍ଧାଇବା ପୂର୍ବରୁ ବାହା ହେବାକୁ ମନା କରିଦେଲେ କନିଆଁ । କେବଳ ମନାକରି ନାହାନ୍ତି ହାତରୁ ଶଙ୍ଖା ଏବଂ ଚୁଡି ମଧ୍ୟ ଓହ୍ଲାଇ ପକାଇଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଅନ୍ୟପଟେ ଏସବୁ ଦୃଶ୍ୟ ଦେଖି ବେଦୀରେ ବେହୋସ ହୋଇଯାଇଛନ୍ତି ବର ।

ବେଦୀରେ ଶଙ୍ଖା-ଚୁଡି କାଢି ଫିଙ୍ଗିଦେଲେ କନିଆଁ, ବର ହୋଇଗଲେ ବେହୋସ

ଏପରି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ରେମୁ ଗାଁରେ । ଖବର ଅନୁଯାୟୀ, ଘଟଣାଟି 4ରୁ 5 ଦିନ ତଳର । ଜୈନିକ କନିଆଁଙ୍କ ବିବାହ ଚାଲିଥିଲା । ମାତ୍ର ମୋର ସ୍ବାମୀ ଅଛି ମୁଁ ବିବାହ କରିବି ନାହିଁ କହି ବେଦୀରେ ଶଙ୍ଖା ଏବଂ ଚୁଡି ବାହାର କରିଦେଇଛନ୍ତି କନିଆଁ । ଏହାକୁ ନେଇ କନିଆଁଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରିଥିବା ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 18, 2022, 5:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.