ବାଲେଶ୍ବର: ପୋଲିସର ନାଁ ଶୁଣିଲେ ସାଧାରଣତଃ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । ହେଲେ ଗତ କିଛି ମାସରୁ ସାଧାରଣ ଲୋକଙ୍କ ନିକଟତର ହୋଇ ବେଶ ପ୍ରଶଂସା ସାଉଣ୍ଟୁଛନ୍ତି ପ୍ରଶାସନିକ ଅଧିକାରୀ । ଆଉ ଏହି କ୍ରମରେ ମାନବିକତାର ପରିଚୟ ଦେଇଛନ୍ତି ବାଲେଶ୍ବର ଏସପି । ଦୁର୍ଘଟଣାରେ ଆହତ ଦୁଇ ଜଣଙ୍କୁ ଉଦ୍ଧାର କରି ନିଜ ଗାଡିରେ ମେଡିକାଲ ନେଇଥିଲେ ଏସପି ଯୁଗୋଳ କିଶୋର । ଯାହାକୁ ନେଇ ସାଧାରଣରେ ବେଶ ପ୍ରଶଂସା କରାଯାଉଛି ।
ସୂଚନାନୁସାରେ, ଖଇରା ବ୍ଲକ ତୁଦିଗଡ଼ିଆ ଅଞ୍ଚଳର କୈଳାସ ସାହୁ ତାଙ୍କ ଝିଅ ଆଡ଼ମିସନ ପାଇଁ ବାଇକରେ ଯାଉଥିଲେ । ସେହି ସମୟରେ ଏକ ଅଜଣା ଗାଡି ସୋର ଜାତୀୟ ରାଜପଥ ବେଗୁନିଆରେ ତାଙ୍କ ଗାଡିକୁ ଧକ୍କା ଦେଇ ଚାଲିଯାଇଥିଲା । ଉକ୍ତ ରାସ୍ତା ଦେଇ ଏସପି ଔପଦା ବ୍ଲକର ଏକ ଜନଶୁଣାଣୀ ଶିବିରକୁ ଯାଉଥିଲେ । ଦୁର୍ଘଟଣାରେ ଆହତ ବାପା ଝିଅଙ୍କୁ ଦେଖି ସେ ତୁରନ୍ତ ନିଜ ଗାଡିରେ ଆଣି ସୋର ମେଡିକାଲରେ ଭର୍ତ୍ତି କରାଇଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ