ବାଲେଶ୍ବର: ଖଇରା ଥାନା ବର୍ତ୍ତନା ପଞ୍ଚାୟତର ସାନକୁମାରୀଗାଁରେ ଅଭାବନୀୟ ଘଟଣା । 2 ନାତିଜେଜେମା'ଙ୍କୁ ଦୁଷ୍କର୍ମ କରିଥିବା ଖଇରା ଥାନାରେ ଅଭିଯୋଗ ହୋଇଛି । ତେବେ ଅଭିଯୋଗ ଆଧାରରେ ସଂପୃକ୍ତ ଜଣେ ନାତିକୁ ପୋଲିସ୍ ଗିରଫ କରିଥିବାବେଳେ ଅନ୍ୟ ଜଣେ ନାତି ଫେରାର ହୋଇଯାଇଛି । ଏଥିସହ ପୀଡିତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଥିବା ଜଣାପଡିଛି।
ଖବରମୁତାବକ, 70ବର୍ଷୀୟ ପୀଡିତା ରାତିରେ ଖାଇ ସାରି ଘରେ ଶୋଇଥିଲେ । ହେଲେ ନାତିଙ୍କର କୁଦୃଷ୍ଟି ଜେଜେମା'ଙ୍କ ଉପରେ ପଡିଥିଲା । ଶୋଇବା ସମୟରେ ତାଙ୍କର 2 ନାତି କାଳନ୍ଦୀ ଦାସ ଓ ଜଗନ ଦାସ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏ ନେଇଲିଖିତ ଅଭିଯୋଗ କରିଛନ୍ତି ଜେଜେମା ଓରଫ ପୀଡିତା ।
ତେବେ ଖଇରାଥାନା ଆଇଆଇସି ଲୋପାମୁଦ୍ରା ନାୟକ ୫୮/୧୯ ମାମଲା ରୁଜୁକରି ଜଣକୁ ଗିରଫ କରିବାରେ ସକ୍ଷମ ହୋଇଥିବାବେଳେ ଆଉଜଣେ ଅଭିଯୁକ୍ତ ନାତି ଜଣକ ଫେରାର ହୋଇଥିବା ଜଣାପଡିଛି ।
ତେବେ ଘଟଣାର ସତ୍ୟତା ତଦନ୍ତ ପରେ ଜଣାପଡିବ ବୋଲି ଥାନା ଆଇଆଇସି ଲୋପାମୁଦ୍ରା ନାୟକ କହିଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ