ETV Bharat / state

ଗଣପତିଙ୍କ ପ୍ରଥମ ପର୍ଯ୍ୟାୟ ଭଷାଣ ଉତ୍ସବରେ ଦୁଲୁକିଲା ସହର - ଏସପି ବି ଯୁଗଳ କିଶୋର

ବାଲେଶ୍ବର ସହରରେ ଗଣପତିଙ୍କ ପ୍ରଥମ ପର୍ଯ୍ୟାୟ ଭଷାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଭଷାଣିରେ ସମୁଦାୟ ୫୦ଟି ମେଢ଼ ବିର୍ସଜନ କରାଯାଇଥିବା ଜଣାପଡ଼ିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 5, 2019, 2:51 AM IST

ବାଲେଶ୍ବର: ସହରରେ ଗଣପତିଙ୍କ ପ୍ରଥମ ପର୍ଯ୍ୟାୟ ଭଷାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଭଷାଣିରେ ସମୁଦାୟ ୫୦ଟି ମେଢ଼ ବିର୍ସଜନ କରାଯାଇଥିବା ଜଣାପଡ଼ିଛି ।

ବୁଧବାର ଜିଲ୍ଲା ମେଡିକାଲ ରାସ୍ତାର ସାଇଲେଣ୍ଟ ଜୋନରେ ଥିବା ସମସ୍ତ ମୂର୍ତ୍ତିକୁ ଶୋଭାଯାତ୍ରାରେ ଅଣାଯାଇ ଭଷାଣ କରାଯାଇଛି । ବାଣ, ବାଜା, ଗୀତ ଓ ନୃତ୍ୟର ତାଳେତାଳେ ଗଣପତିଙ୍କ ବିସର୍ଜନ କରାଯାଇଛି । ସହରରେ ହୋଇଥିବା ୧୨୨ଟି ମେଢ଼ରୁ ଅଧାରୁ ଅଧିକ ମେଢ଼ ବୁଧବାର ଭଷାଣ କରାଯାଇଥିବା ଜଣାପଡ଼ିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଏପଟେ ଟାଉନ ଥାନା ଅଞ୍ଚଳର ୩୬ଟି ମେଢ଼ ବାଲିଘାଟ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥିବା ବେଳେ ସହଦେବଖୁଣ୍ଟା ମଡେଲ ଥାନା ଅଞ୍ଚଳର ୧୪ଟି ମେଢ଼ ନୁଣିଆଯୋଡ଼ିରେ ବିସର୍ଜନ କରାଯାଇଛି । ତେବେ ଭଷାଣ ଉତ୍ସବ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏସପି ବି. ଯୁଗଳ କିଶୋର ଭଷାଣ ଉତ୍ସବର ତଦାରଖ କରିଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ସହରରେ ଗଣପତିଙ୍କ ପ୍ରଥମ ପର୍ଯ୍ୟାୟ ଭସାଣ ଅନୁଷ୍ଠିତ ହୋଇଯାଇଛି । ସମୁଦାୟ ୫୦ଟି ମେଢ଼ ବିସର୍ଜନ କରାଯାଇଥିବା ଜଣାପଡ଼ିଛି । ଗଣେଶ ପ୍ରଭୁଙ୍କ ଭସାଣ ଉତ୍ସବ ପାଇଁ ବାଲେଶ୍ୱର ସହର ହୋଇଥିଲା ଚଳଚଞ୍ଚଳ । ମେଡିକାଲ ରାସ୍ତାର ସାଇଲେଣ୍ଟ ଜୋନରେ ଥିବା ସମସ୍ତ ମୂର୍ତ୍ତୀ ଆଜି ଶୋଭାଯାତ୍ରାରେ ଭସାଣ କରାଯାଇଛି । ବାଣ, ବାଜା, ଗୀତ ଓ ନୃତ୍ୟର ତାଳେତାଳେ ଗଣପତିଙ୍କ ବିସର୍ଜନ କରାଯାଇଛି । ସହରରେ ହୋଇଥିବା ୧୨୨ଟି ମେଢ଼ରୁ ଅଧାରୁ ଅଧିକ ମେଢ଼ ଆଜି ଭସାଣ ହୋଇଥିବା ଜଣାପଡ଼ିଛି । ଟାଉନ ଥାନା ଅଞ୍ଚଳର ୩୬ ମେଢ଼ ବାଲିଘାଟ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥିବା ବେଳେ ସହଦେବଖୁଣ୍ଟା ମଡେଲ ଥାନା ଅଞ୍ଚଳର ୧୪ ମେଢ଼ ନୁଣିଆଯୋଡ଼ିରେ ବିସର୍ଜନ କରାଯାଇଛି । ଭସାଣ ଉତ୍ସବ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏସପି ବି ଯୁଗଳ କିଶୋର ଭସାଣ ଉତ୍ସବର ତଦାରଖ କରିଥିବା ଦେଖିବାକୁ ମିଳିଥିଲା ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.