ETV Bharat / state

ନାମ୍ପୋ ଫାଣ୍ଡି ଅଧିକାରୀଙ୍କ ସମେତ 4 ଗୃହରକ୍ଷୀ ଓ ଜଣେ ଏଏସଆଇ ନିଲମ୍ବିତ - ନାମ୍ପୋ ଫାଣ୍ଡି ଅଧିକାରୀ ନିଲମ୍ବିତ

ବାଲେଶ୍ଵର ଜିଲ୍ଲା ନାମ୍ପୋ ଫାଣ୍ଡି ଅଧିକାରୀଙ୍କ ସମେତ 4 ଜଣ ଗ୍ରାମରକ୍ଷୀ ଓ ଜଣେ ପୋଲିସ କୋର୍ଟ ଏଏସଆଇ ଚାନ୍ଦା ଆଦାୟ ଅଭିଯୋଗରେ ନିଲମ୍ବନ ହୋଇଛନ୍ତି। ଅଧିକ ପଢନ୍ତୁ...

ନାମ୍ପୋ ଫାଣ୍ଡି ଅଧିକାରୀଙ୍କ ସମେତ 4 ଗୃହରକ୍ଷୀ ଓ ଜଣେ ଏଏସଆଇ ନିଲମ୍ବିତ

author img

By

Published : Mar 27, 2021, 7:47 PM IST

ବାଲେଶ୍ବର: ଚାନ୍ଦା ଆଦାୟ ଅଭିଯୋଗରେ ନାମ୍ପୋ ଫାଣ୍ଡି ଅଧିକାରୀଙ୍କ ସମେତ 4 ଗୃହରକ୍ଷୀ ଓ ଜଣେ ଏଏସଆଇ ନିଲମ୍ବିତ । ବାଲେଶ୍ଵର ଜିଲ୍ଲା ନାମ୍ପୋ ଫାଣ୍ଡି ଅଧିକାରୀଙ୍କ ସମେତ 4 ଜଣ ଗ୍ରାମରକ୍ଷୀ ଓ ଜଣେ ପୋଲିସ କୋର୍ଟ ଏଏସଆଇ ଚାନ୍ଦା ଆଦାୟ ଅଭିଯୋଗରେ ନିଲମ୍ବନ ହୋଇଛନ୍ତି।

ସୂଚନା ଅନୁସାରେ, ଜାତୀୟ ରାଜପଥରେ ଗାଡି ଅଟକାଇ ଚାନ୍ଦା ଆଦାୟ କରିବା ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ କରିବା ସହ ସମସ୍ତ ପ୍ରମାଣପତ୍ରକୁ ଆଧାର କରି ଏସପି ସୁଧାଂଶୁ ଶେଖର ଷଡ଼ଙ୍ଗୀ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଜଳେଶ୍ୱର ଥାନା ନାମ୍ଫୋ ଫାଣ୍ଡି ଅଧିକାରୀ ଉମାକାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶରେ ୪ଜଣ ଗ୍ରାମରକ୍ଷୀ ଜଳେଶ୍ୱର - ଚନ୍ଦନେଶ୍ୱର ୫୭ ନମ୍ବର ଜାତୀୟ ରାଜପଥରେ ଚାନ୍ଦା ଆଦାୟ କରୁଥିବା ନେଇ ବାଲେଶ୍ଵର ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଏସପି ତଦନ୍ତ କରି ଫାଣ୍ଡି ଅଧିକାରୀ ଉମାକାନ୍ତ ମହାପାତ୍ର, ଗ୍ରାମରକ୍ଷୀ କରୁଣାକର ଜେନା, ପୂର୍ଣ୍ଣ ଚନ୍ଦ୍ର ଧଳ, ରତିକାନ୍ତ ଦଳାଇ ଏବଂ ରମେଶ ଚନ୍ଦ୍ର ରାଉଳଙ୍କୁ ନିଲମ୍ବିତ କରିଛନ୍ତି । ସମାନ ଅଭିଯୋଗରେ ମଧ୍ଯ ଜଳେଶ୍ଵର ପୋଲିସ କୋର୍ଟର ଏଏସଆଇ ତପସ୍ବିନୀ ମହାପାତ୍ରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.