ETV Bharat / state

ବିଦେଶ ଫେରିବାକୁ ଚାହୁଁ ନାହାଁନ୍ତି ବିଦେଶୀ ଭକ୍ତ

ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଦୁଇଜଣ ବିଦେଶୀ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କ ପାଖକୁ ଯାଇ ସମସ୍ତ କଥା ବୁଝିବା ପରେ ଜଣାପଡିଥିଲା ଯେ ସେମାନେ ଆଉ ସେମାନଙ୍କ ଦେଶକୁ ଫେରିବାକୁ ଚାହୁଁନାହାନ୍ତି।

author img

By

Published : Sep 18, 2020, 5:06 PM IST

ବିଦେଶ ଫେରିବାକୁ ଚାହୁଁ ନାହାନ୍ତି ବିଦେଶୀ ଭକ୍ତ

ବାଲେଶ୍ଵର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଦୁଇଜଣ ବିଦେଶୀ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କ ପାଖକୁ ଯାଇ ସମସ୍ତ କଥା ବୁଝିବା ପରେ ଜଣାପଡିଥିଲା ଯେ ସେମାନେ ଆଉ ସେମାନଙ୍କ ଦେଶକୁ ଫେରିବାକୁ ଚାହୁଁନାହାନ୍ତି। ବରଂ ରେମୁଣା ଅଞ୍ଚଳରେ ଥିବା ମାଧବେନ୍ଦ୍ର ପୁରୀ ମଠରେ ରହି କ୍ଷୀରଚୋରା ଗୋପୀନାଥଙ୍କ ସେବା କରିବାକୁ ଚାହୁଁଛନ୍ତି।

କୋରୋନା ଲକଡାଉନ ପୂର୍ବରୁ ଋଷିଆରୁ ଭୋରନଭ ସେଗେରାଇ ଓ ଆଣ୍ଡ୍ରି ନୋଭା ତାତିଆନା ରେମୁଣାର କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ଆସିଥିଲେ। ପୂର୍ବରୁ ଦୁଇଜଣ 5 ଥରରୁ ଅଧିକ ଥର ଆସିଥିବା ବେଳେ ଏଥର କୋରୋନା ଲକଡାଉନ ଯୋଗୁଁ ଆଉ ସେମାନଙ୍କ ଦେଶକୁ ଫେରି ପାରି ନଥିଲେ। ଅପରପକ୍ଷେ ସେମାନଙ୍କ ଭିସାର ବୈଧତା ସରି ଯାଇଥିବାରୁ ରେମୁଣାର ଘର ମାଲିକ ସେମାନଙ୍କୁ ରଖିବା ପାଇଁ ନାରାଜ ହେଉଛନ୍ତି।

ଦୁଇଜଣ ଇସ୍କନ ଭକ୍ତ ହୋଇଥିବାରୁ ସେମାନଙ୍କର ଏଠାରେ ନାମ କରଣ କରାଯାଇଛି। ଜଣେ ଶକ୍ତିତତ୍ୱ ଦାସ ଓ ମହିଳା ଜଣଙ୍କ ତେଜସ୍ୱିନୀ ଦେଵଦାସୀ। ଏମିତିରେ ଦୁଇଜଣ ଏହିଠାରେ ରହି ଭଗବାନ ଶ୍ରୀକୃଷ୍ଣଙ୍କ ସେବା କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେମାନେ ଏଠାକାର ନାଗରିକତ୍ୱ ଗ୍ରହଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଏନେଇ ଦୁଇଜଣ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ କାର୍ଯ୍ୟାଳୟ ପରିସରରେ ଦୀର୍ଘ ସମୟ ବସି ରହିଥିଲେ।

ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.