ETV Bharat / state

ଅପହୃତ୍ତା ନାବାଳିକାକୁ ଖୋଜିବାକୁ ଆସି ହଟହଟା କର୍ଣ୍ଣାଟକ ପୋଲିସ

ଓଡିଶା ଯୁବକ ଦ୍ବାରା ଅପହରଣର ଶୀକାର ହୋଇଛି 15 ବର୍ଷୀୟା କର୍ଣ୍ଣାଟକ ନାବାଳିକା । ଯାହାକୁ ଖୋଜିବା ପାଇଁ ଓଡିଶାରେ ଆସି ପହଞ୍ଚିଛନ୍ତି କର୍ଣ୍ଣାଟକ ପୋଲିସ। ହେଲେ ଅପହରଣକାରୀକୁ ଧରିବାକୁ ଆସିଥିବା କର୍ଣ୍ଣାଟକ ପୋଲିସ ଓଡ଼ିଶା ଲୋକଙ୍କ ଦ୍ୱାରା ହଟହଟାର ଶୀକାର ହୋଇଥିବା ଜଣାପଡିଛି।

author img

By

Published : May 31, 2019, 5:35 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଓଡିଶା ଯୁବକ ଦ୍ବାରା ଅପହରଣର ଶୀକାର ହୋଇଛି 15 ବର୍ଷୀୟା କର୍ଣ୍ଣାଟକ ନାବାଳିକା । ଯାହାକୁ ଖୋଜିବା ପାଇଁ ଓଡିଶାରେ ଆସି ପହଞ୍ଚିଛନ୍ତି କର୍ଣ୍ଣାଟକ ପୋଲିସ । ହେଲେ ଅପହରଣକାରୀକୁ ଧରିବାକୁ ଆସିଥିବା କର୍ଣ୍ଣାଟକ ପୋଲିସ ଓଡ଼ିଶା ଲୋକଙ୍କ ଦ୍ୱାରା ହଟହଟାର ଶୀକାର ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଗତ ୬ ତାରିଖରେ କର୍ଣ୍ଣାଟକ ରାଜ୍ୟର କେ.ଜି ହିଲ୍ଲୀ ଥାନା ଅଧିନ ଏକ ଅଞ୍ଚଳରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଛି । ଏହି ନାବାଳିକା ଜଣକୁ କର୍ଣ୍ଣାଟକରେ ରୋଷେଇ କାମ କରୁଥିବା ଓଡ଼ିଶାର ଜଣେ ଯୁବକ ଅପହରଣ କରି ଓଡ଼ିଶାକୁ ନେଇ ଆସିଥିବା ଅଭିଯୋଗ ହୋଇଛି। ଏନେଇ କର୍ଣ୍ଣାଟକର କେ.ଜି ହିଲ୍ଲୀ ଥାନାରେ ନାବାଳିକାର ପରିବାର ପକ୍ଷରୁ ଗତ ୮ ତାରିଖରେ ଲିଖିତ ଅଭିଯୋଗ ହୋଇ ଥାନାରେ ୧୭୪/୨୦୧୯ ରେ ଏକ ମାମଲା ରୁଜୁ ହୋଇଥିଲା ।

ପରେ ନିଖୋଜ ନାବାଳିକା ଏବଂ ଅପହରଣକାରୀଙ୍କୁ ଖୋଜିବା ପାଇଁ କର୍ଣ୍ଣାଟକ ପୋଲିସ ତତ୍ପରତା ପ୍ରକାଶ କରିଥିଲେ । ଏହାସହ ମୋବାଇଲ ଲୋକେସନ ଜରିଆରେ ଓଡିଶାର ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ଗୋପାଳପୁର ଫାଣ୍ଡିରେ ସନ୍ଧ୍ୟା ୬ ଟା ସମୟରେ ପହଁଞ୍ଚିଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଗୋପାଳପୁର ଫାଣ୍ଡି ପୋଲିସ ସହାୟତାରେ ସନ୍ଦେହ ଉପୁଜିଥିବା ତାଳକୁରୁଣିଆ ଗ୍ରାମରେ ପହଞ୍ଚିଥିଲେ ଉଭୟ କର୍ଣ୍ଣାଟକ ଓ ଓଡିଶା ପୋଲିସ । ଏହାସହ ତାଳକୁରୁଣିଆ ଗ୍ରାମରେ ପହଞ୍ଚି ସନ୍ଦେହ ଉପୁଜୁଥିବା ଯୁବକଙ୍କୁ ଡାକିବା ସହ ପଚରା ଉଚୁରା ପାଇଁ ଫାଣ୍ଡିକୁ ଆସିବାକୁ କହିଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମବାସୀ ଉଭୟ ପୋଲିସକୁ ଅଟକ ରଖିଥିଲେ । ଖବର ପାଇ ଗୋପାଳପୁର ଫାଣ୍ଡି ଏ.ଏସ୍.ଆଇ ପର୍ଶୁରାମ ଜେନା ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ କୌଣସି ସମାଧାନ ନହେବା ପର୍ଯ୍ୟନ୍ତ ଅଟକ ପୋଲିସଙ୍କୁ ଛାଡିବେ ନାହିଁ ବୋଲି ଗ୍ରାମବାସୀ ଜିଦ ଧରିଥିଲେ ।

ଘଟଣାସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ଦୀର୍ଘ ୩ ଘଣ୍ଟା ଧରି ପୋଲିସ ଅଟକ ରହିଥିବା ଖବର ପାଇ ଖନ୍ତାପଡ଼ା ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁ ଏବଂ ସଦର ଏସ୍ଡ଼ିପିଓ ପ୍ରଭାସ ଚନ୍ଦ୍ର ପାଲ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାପରେ ଅଟକ ଥିବା ପୋଲିସ ମୁକୁଳିଛନ୍ତି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

sdfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.