ETV Bharat / state

କୋରୋନା ପାଇଁ ବାଲେଶ୍ଵର ଲକଡାଉନ, କଠୋର ହେଲା ପ୍ରଶାସନ

କୋରୋନା ପାଇଁ ଚାରିଆଡେ ସତର୍କତା ଜାରି ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲାରେ ସତର୍କ ହେଉନାହାଁନ୍ତି ଜନତା । ସେଥିପାଇଁ କଠୋର ହୋଇଛି ପ୍ରଶାସନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

author img

By

Published : Mar 23, 2020, 8:00 PM IST

କୋରୋନା ପାଇଁ ବାଲେଶ୍ଵର ଲକଡାଉନ
କୋରୋନା ପାଇଁ ବାଲେଶ୍ଵର ଲକଡାଉନ

ବାଲେଶ୍ବର: କୋରୋନା ସତର୍କତା ପାଇଁ ବାଲେଶ୍ଵର ସହର ଲକଡାଉନ ହୋଇଥିବା ବେଳେ ସତର୍କ ହେଉନାହାଁନ୍ତି ଜନତା । ସେଥିପାଇଁ କଠୋର ହୋଇଛି ପ୍ରଶାସନ । କୋରୋନା ପାଇଁ ଲୋକମାନେ ସତର୍କ ନଥିବା ବେଳେ ବିଭିନ୍ନ ସ୍ଥାନରେ ପୋଲିସ ଯାଞ୍ଚ କରି ଲୋକଙ୍କୁ ସତର୍କ କରାଇବା ସହ ସେମାନଙ୍କୁ ବାହାରକୁ ନବାହାରିବା ପାଇଁ କୁହାଯାଉଛି । ସହରର ପ୍ରବେଶ ଦ୍ୱାର ଗୁଡିକରେ ପୋଲିସ ଲୋକଙ୍କୁ ଯାଞ୍ଚ ପରେ ଛାଡ଼ୁଛି ।

କୋରୋନା ପାଇଁ ବାଲେଶ୍ଵର ଲକଡାଉନ

ଫକୀର ମୋହନ ଗୋଲେଇ ଠାରେ ଜରୁରୀ କାମ ବ୍ୟତୀତ ଅନ୍ୟ କାମରେ କୌଣସି ବ୍ୟକ୍ତିଙ୍କୁ ବୁଲାବୁଲି ପାଇଁ ପୋଲିସ ଲଗାଇଛି ପ୍ରତିବନ୍ଧକ । ସମ୍ପୂର୍ଣ ଭାବେ ଲକଡାଉନ ପାଇଁ ପୋଲିସ ଆରମ୍ଭ କରିଛି ପ୍ରୟାସ । ଅତ୍ୟାବଶକୀୟ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ କରାଯାଉଛି । ୭ ଜଣ ଏକାଠି ଥିଲେ ପୋଲିସ ସେମାନଙ୍କୁ ସେଠାରୁ ତୁରନ୍ତ ଚାଲିଯିବା ପାଇଁ ପରାମର୍ଶ ଦେଉଛି । ମଙ୍ଗଳବାର ଠାରୁ ସହର ଭିତରେ ସମ୍ପୁର୍ଣ୍ଣ ଭାବେ ଲକଡାଉନ କରାଯିବ ବୋଲି ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.