ETV Bharat / state

ସୁସ୍ୱାଦୁ ଖାଦ୍ୟ ନାଁରେ ଜହର, ଚଢ଼ାଉ କଲା ଖାଦ୍ୟ ନିରାପତ୍ତା ବିଭାଗ

ସହରର ବିଭିନ୍ନ ହୋଟେଲରେ ମିଳୁଥିବା ସ୍ୱାଦିଷ୍ଟ ଖାଦ୍ୟ ଭିତରେ ବାସୀ ଖାଦ୍ୟ ଓ ରଙ୍ଗମିଶା ଖାଦ୍ୟ ମିଳୁଥିବା ଘଟଣାକୁ ନେଇ ଖାଦ୍ୟ ନିରାପତ୍ତା ବିଭାଗର ଚଢାଉ । ଅଧିକ ପଢନ୍ତୁ

author img

By

Published : Mar 22, 2023, 1:13 PM IST

food safety department raid
food safety department raid

ବାଲେଶ୍ବର: ସହରର ବିଭିନ୍ନ ହୋଟେଲରେ ମିଳୁଥିବା ସ୍ୱାଦିଷ୍ଟ ଖାଦ୍ୟ ଭିତରେ ବାସୀ ଖାଦ୍ୟ ଓ ରଙ୍ଗମିଶା ଖାଦ୍ୟ ମିଳୁଥିବା ଘଟଣା ଏବେ ସାମ୍ନାକୁ ଆସିଛି । ସହରର ନାମିଦାମୀ ହୋଟେଲ ଯେଉଁଠି ଲୋକମାନଙ୍କ ଭିଡ଼ ସବୁବେଳେ ଦେଖିବାକୁ ମିଳିଥାଏ ସେହିସବୁ ହୋଟେଲର ଅସଲ କଥା ଏବେ ପଦାକୁ ଆସିଛି । ବାସୀ ଖାଦ୍ୟ ଓ ଖାଦ୍ୟରେ କୃତ୍ରିମ ହାନିକାରକ ରଙ୍ଗ ମିଶାଇ ଲୋକଙ୍କୁ ଖାଇବାକୁ ଦିଆଯାଉଛି । ଯାହା ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ ପରେ ଏବେ ସାମ୍ନାକୁ ଆସିଛି ।

ତେବେ ବାଲେଶ୍ଵର ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ସହରର ଓଟି ରୋଡ୍ ସ୍ଥିତ ବିଭିନ୍ନ ହୋଟେଲ ଓ ରେସ୍ତୋରାଁରେ ଚଢ଼ାଉ ହେବା ପରେ ଏହାର ଚିତ୍ର ସାମ୍ନାକୁ ଆସିଛି । ବହୁ ଦିନ ପର୍ଯ୍ୟନ୍ତ ଖାଦ୍ୟ ରଖି ଲୋକଙ୍କୁ ଦିଆଯିବା ସହ ଖାଦ୍ୟର ରଙ୍ଗକୁ ଆକୃଷ୍ଟ କରିବା ପାଇଁ ଅସ୍ୱାସ୍ଥ୍ୟକର ତଥା ହାନିକାରକ କୃତ୍ରିମ ରଙ୍ଗ ଖାଦ୍ୟରେ ମିଶାଯାଉଛି । ବିଶେଷକରି ଓଟି ରୋଡ୍ ସ୍ଥିତ ନନା ହୋଟେଲ, ଜାଇକା ଓ ଶାନ୍ତି ହୋଟେଲରେ ଚଢାଉ କରାଯିବା ସହ ସେମାନଙ୍କ ନିକଟରୁ ଏଥିପାଇଁ ୬ ହଜାର ଟଙ୍କା ଜୋରିମାନା ମଧ୍ୟ ଆଦାୟ କରାଯାଇଛି‌ ।

ଏଥିସହ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ଡିପିଏଚ୍‌ଓ) ଡା. ମୃତ୍ୟୁଞ୍ଜୟ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ସହରର ଓଟି ରୋଡ୍‌ର ବିଭିନ୍ନ ହୋଟେଲ ଗୁଡ଼ିକରେ ଚଢ଼ାଉ କରାଯାଇ ଜୋରିମାନା ଆଦାୟ କରାଯାଇଛି । ମୁଖ୍ୟତଃ ତିନୋଟି ହୋଟେଲରୁ ବାସି ଖାଦ୍ୟ ସହିତ କୃତ୍ରିମ ରଙ୍ଗ ମିଶ୍ରଣ ଥିବା ଖାଦ୍ୟ ଜବତ କରାଯାଇଥିଲା । ନନା ହୋଟେଲ, ଜାଇକା, ଶାନ୍ତି ହୋଟେଲରେ ବାସି ଖାଦ୍ୟ ଓ କୃତ୍ରିମ ରଙ୍ଗ ମିଶା ଖାଦ୍ୟ ମିଳିବାରୁ ବିଭାଗ ପକ୍ଷରୁ ପ୍ରତି ହୋଟେଲରୁ ୨ ହଜାର ଲେଖାଏଁ ଜରିମାନା ଆଦାୟ କରାଯାଇଥିଲା । ଏହି ଚଢ଼ାଉରେ ଖାଦ୍ୟ ନିରାପତ୍ତା ବିଭାଗର ମୁଖ୍ୟ ଅନୁଶ୍ରୀ ଖଟୁଆ ଏବଂ ତାଙ୍କ ଟିମ୍‌ର ନିତ୍ୟାନନ୍ଦ ପତି, ରାମଚନ୍ଦ୍ର ପତି, ହରିହର ଦାସ ପ୍ରମୁଖ ସାମିଲ ହୋଇଥିଲେ । ତେବେ ଏମିତି ଚଢ଼ାଉ ଆଗାମୀ ଦିନରେ ସହରର ବିଭିନ୍ନ ହୋଟେଲରେ କରାଯିବା ନେଇ ସୂଚନା ଦିଆଯାଇଛି ।

ପାଟିକୁ ସ୍ୱାଦ ଲାଗୁଥିବା ଓ ବାଲେଶ୍ଵର ସହରରେ ବେଶ ନାଁ କମେଇଥିବା ଏହିସବୁ ହୋଟେଲ ଗୁଡିକରେ ଏମିତି ବ୍ୟତିକ୍ରମ ଘଟଣା ସାମ୍ନାକୁ ଆସିବା ପରେ ଏବେ ଲୋକମାନଙ୍କ ଭରସା ଉଠିବାକୁ ଲାଗିଲାଣି । ଗୋଟିଏ ପଟେ ଦୀର୍ଘ ଦିନର ବ୍ୟବଧାନ ପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ କରାଇବ । ଅନ୍ୟପଟେ ଏମିତି ସାଧାରଣ ଲୋକଙ୍କ ଖାଦ୍ୟରେ ଏମିତି କୃତ୍ରିମ ରଙ୍ଗ ଭଳି ଜହର ମିଶାଇ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ କରାଉଥିବା ହୋଟେଲ ଗୁଡିକ ସଜାଗ ହେବେ ବୋଲି ମତ ପ୍ରକାଶ ପାଇଛି ।

ହୋଟେଲ ଗୁଡିକରେ ଚଢ଼ାଉ ପରେ ସେଠାକାର ଖାଦ୍ୟର ମାନ ଯାଞ୍ଚ କରାଯାଇଥିବା ବେଳେ ସେସବୁର ସାମ୍ପଲ ସଂଗ୍ରହ କରାଯାଇ ଲାବକୁ ପଠାଯାଇଛି । ଖାଦ୍ୟକୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ଆଉ କୌଣସି କେମିକାଲ ମିଶା ଯାଉଛି କି ନାହିଁ ସେସବୁ ପ୍ରତି ବିଭାଗ ଦୃଷ୍ଟି ଦେଇଛି। ସେହିପରି ଚଢ଼ାଉ ବେଳେ ବାସୀ ଖାଦ୍ୟ ଓ କୃତ୍ରିମ ରଙ୍ଗ ବିଭାଗ ପକ୍ଷରୁ ନଷ୍ଟ କରି ଦିଆଯାଇଛି । ଏହି ଚଢ଼ାଉ ପରେ ସହରର ଅନ୍ୟ ହୋଟେଲ ଗୁଡିକ ଖାଦ୍ୟ ସୁରକ୍ଷା ପ୍ରତି ଧ୍ୟାନ ଦେଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.