ETV Bharat / state

ଫକୀରମୋହନ ବିଶ୍ଵବିଦ୍ୟାଳୟ: ବିଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ - କୁଳପତି ପ୍ରଫେସର ଡ ମଧୁମିତା ଦାସ

ଫକୀରମୋହନ ବିଶ୍ବବିଦ୍ୟାଳୟରେ ବିଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀ ବିଭିନ୍ନ ଆସୁବିଧା ନେଇ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କୁଳପତି ପ୍ରଫେସର ଡ ମଧୁମିତା ଦାସ ହସ୍ତକ୍ଷେପ କଲାପରେ ବିକ୍ଷୋଭରୁ ଓହରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର
author img

By

Published : Nov 2, 2019, 3:28 PM IST

ବାଲେଶ୍ଵର: ଫକୀରମୋହନ ବିଶ୍ଵବିଦ୍ୟାଳୟର ବିଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଛାତ୍ରଛାତ୍ରୀ ଶିକ୍ଷକ ପ୍ରବେଶିକା ପରୀକ୍ଷା ଦେଇପାରୁ ନାହାଁନ୍ତି । ଉଚ୍ଚ ଶିକ୍ଷା ପରେ ଏମିତି ହଟହଟା ପାଇଁ ଛାତ୍ରଛାତ୍ରୀ ମାନସିକ ଅଶାନ୍ତିରେ ରହୁଛନ୍ତି ।

ଫକୀରମୋହନ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୌଣସି ପିଲା କିମ୍ବା ଅଧ୍ୟାପକଙ୍କୁ ଭିତରକୁ ଛାଡି ନଥିଲେ । ଛାତ୍ର ଛାତ୍ରୀଙ୍କ ଅସୁବିଧା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ବିଭାଗୀୟ ମନ୍ତ୍ରୀ, ସଚିବଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ହୋଇନଥିବା ଅଭିଯୋଗ ହୋଇଛି । ଏହାସହ ଫର୍ମ ପୂରଣରେ ବର୍ଦ୍ଧିତ ଫି, ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ଜାଣିଶୁଣି ଫେଲ କରାଇବା ଭଳି ମଧ୍ୟ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

ଏହି ଘଟଣାରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ ମଧୁମିତା ଦାସ ହସ୍ତକ୍ଷେପ କରି ଆଗାମି 4 ତାରିଖରେ ସରକାରୀ ସ୍ତରରେ ଭେଟି ସମସ୍ୟା ସମ୍ପର୍କରେ ଜଣାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ବିକ୍ଷୋଭରୁ ଓହରିଥିଲେ । ଅନ୍ୟପଟେ 5ତାରିଖ ଦାବି ସମୂହକୁ ନେଇ ଛାତ୍ରଛାତ୍ରୀ ଏକ ପଦଯାତ୍ରା କରି ଭୁବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ଫକୀରମୋହନ ବିଶ୍ଵବିଦ୍ୟାଳୟର ବିଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଥିଲା।

Body:ଛାତ୍ରଛାତ୍ରୀମାନେ ଶିକ୍ଷକ ପ୍ରବେଶିକା ପରୀକ୍ଷା ଦେଇପାରୁ ନାହାନ୍ତି। ଉଚ୍ଚ ଶିକ୍ଷା ପରେ ଏମିତି ହଟହଟା ପାଇଁ ଛାତ୍ରଛାତ୍ରୀମାନେ ମାନସିକ ଅଶାନ୍ତିରେ ରହୁଥିବା କୁହାଯାଇଛି। ଛାତ୍ରଛାତ୍ରୀ ମାନେ ଏହି ଅସୁବିଧା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ବିଭାଗୀୟ ମନ୍ତ୍ରୀ, ସଚିବ ଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ହୋଇନଥିବା ଅଭିଯୋଗ ହୋଇଛି। ଏହାସହ ଫର୍ମ ପୂରଣରେ ବର୍ଦ୍ଧିତ ଫି, ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ଜାଣିଶୁଣି ଫେଲ କରାଇବା ଭଳି ମଧ୍ୟ ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ଛାତ୍ରଛାତ୍ରୀ ମାନେ ବିଶ୍ଵବିଦ୍ୟାଳୟର ଗେଟ ସମ୍ମୁଖରେ ବିକ୍ଷୋଭ କରିବା ସହ କୌଣସି ପିଲା କିମ୍ବା ଅଧ୍ୟାପକଙ୍କୁ ଭିତରକୁ ଛାଡି ନଥିଲେ।

Conclusion:ଏହି ଘଟଣାରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ ମଧୁମିତା ଦାସ ହସ୍ତକ୍ଷେପ କରି ଆଗାମି 4 ତାରିଖରେ ସରକାରୀ ସ୍ତରରେ ଭେଟି ସମସ୍ୟା ସମ୍ପର୍କରେ ଜଣାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ରୁ ଓହରିଥିଲେ। ଅନ୍ୟପଟେ 5ତାରିଖ ଦାବି ସମୂହକୁ ନେଇ ଛାତ୍ରଛାତ୍ରୀମାନେ ଏକ ପଦଯାତ୍ରା କରି ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଛନ୍ତି।
ବାଇଟ1- ଲକ୍ଷ୍ମୀ ନାରାୟଣ ନାୟକ(ଛାତ୍ର)
ବାଇଟ2- ମଧୁମିତା ଦାସ(କୁଳପତି)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.