ବାଲେଶ୍ବର : ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ଆଗକୁ ଆହୁରି ବର୍ଷା ହେବାର ଅନୁମାନ ପାଣିପାଗ ସୂଚନା ଦେବା ପରେ ରାଜ୍ୟବାସୀ ଆତଙ୍କିତ । କାରଣ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀର ଜଳସ୍ତର ବଢିବାରେ ଲାଗିଛି । ସେପଟେ ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର ପ୍ରବାହିତ ହେଉଛି ।
ଗତକାଲି ଠାରୁ ଜଳକା ନଦୀ ଉଛୁଳିବାରେ ଲାଗିଛି । ମଥାନୀ ଠାରେ ବିପଦ ସଂକେତ 5.50ମିଟର ଥିବାବେଳେ ଏବେ ଜଳସ୍ତର 6.57 ମିଟରରେ ପ୍ରଭାବିତ ହେଉଛି । ଜଳସ୍ତର କ୍ରମଶଃ ବଢି ଚାଲିଥିବାରୁ ଲୋକଙ୍କ ମଧ୍ୟରେ ବନ୍ୟାର ଭୟ ସୃଷ୍ଟି ହୋଇଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ