ETV Bharat / state

ନିଆଁ ଗିଳି ଦେଲା 3ପରିବାରର ସମ୍ପତ୍ତି

ନିଆଁ ଲାଗି ପୋଡି ପାଉଁଶ ହୋଇଗଲା ତିନି ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି, ଏବେ ଭରସା ସରକାରୀ ସହାୟତା।

author img

By

Published : Jul 13, 2019, 3:17 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ବାଉରିପଦା ପଞ୍ଚାୟତର ନିଶ୍ଚନ୍ତା ଗ୍ରାମରେ ଶୁକ୍ରବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି 3ଟି ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି ।

ଗ୍ରାମର ଗୌରାଙ୍ଗ ଖଟୁଆଙ୍କ ପରିବାର ଲୋକେ ଖାଇ ସାରି ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତିରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ନିଦ ଭାଙ୍ଗିଯିବାରୁ ଜୀବନ ବିକଳରେ ପରିବାର ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ ମଧ୍ୟ ନିଜ ଘରର ଆସବାବ ପତ୍ର ସବୁ ନିଆଁର ଆଁ ରେ ପୋଡି ଯାଇଛି ।

ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ଅଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା, ସେତେବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା । ୩ଟି ପରିବାରର ୪ବଖରା ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.