ETV Bharat / state

ତାଳପାଡିରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ଘର, ଗାଈ-ଛେଳି ଜୀବନ୍ତ ଦଗ୍ଧ - ବାଲେଶ୍ବର ତାଳପାଡ଼ି ଗାଁରେ ଅଗ୍ନିକାଣ୍ଡ

ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ତାଳପାଡ଼ି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଆଜି ସକାଳ ୫ଟାରେ ଘଟିଯାଇଛି ଏହି ଅଘଟଣ । ଘଟଣାରେ ସମସ୍ତ ସମ୍ପତ୍ତି ଜଳି ଛାରଖାର ହେବାସହ ୪ ଟିଗୋରୁ, ୮ ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅଧିକ ପଢ଼ନ୍ତୁ

ତାଳପାଡ଼ି ଜଳିଗଲା ଦୁଇ ବଖରା ଘର, ଗାଇଛେଳି ବି ଜୀବନ୍ତ ଦଗ୍ଧ

author img

By

Published : Mar 14, 2022, 4:07 PM IST

ବାଲେଶ୍ବର: ଜିଲ୍ଲା ବାହାନଗା ବ୍ଲକ ତାଳପାଡ଼ି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି(ସୋମବାର) ସକାଳ ୫ଟାରେ ଘଟିଛି ଏହି ଅଘଟଣ । କୌଣସି କାରଣରୁ ଗାଁର ଗାଁର ବିଷଣ୍ଣୁ ବେହେରାଙ୍କ ଘରେ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ବିଷ୍ଣୁଙ୍କ ସମ୍ପୂର୍ଣ୍ଣ ଘର ଓ ଘରେ ଥିବା ସମସ୍ତ ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି ।

Fire Brakes out At Talapadi village

ଖାଲି ସେତିକି ନୁୁହେଁ ଘରେ ବନ୍ଧା ହୋଇଥିବା ୪ ଟିଗୋରୁ, ୮ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଜୀବନ ବିକଳରେ ଘରୁ ବାହାରିବା ବେଳେ ସେମାନଙ୍କୁ ଆଉ ଉଦ୍ଧାର କରି ପାରିନଥିଲେ ବିଷ୍ଣୁ । ଘର ଲୋକ ଶୋଇଥିବା ବେଳେ ଏହି ଘଟଣା ଘଟିଥିବା ବେଳେ ଉଠି ଦେଖିବାକୁ ବେଳକୁ ଅଧାରୁ ଅଧିକ ଘରକୁ ନିଆଁ ଆୟତ୍ତ କରି ସାରିଥିଲା ।

ଖବର ପାଇ ଅଗ୍ନିଶମ ବାହିନୀ ନିଆଁ ଲଭାଇବାକୁ ପହଞ୍ଚିଥିଲା । ହେଲେ ସେତେବେଳେ ଦୁଇ ବଖରା ଘର ପାଉଁଶ ହୋଇ ସାରିଥିଲା । ସଟ୍‌ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ବାଲେଶ୍ବରରୁ ଜୀବନ ଜ୍ୟାତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.