ETV Bharat / state

ହୋଟେଲରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି - ନୂଆ ବଜାରରେ ଥିବା ନନା ହୋଟେଲରେ ଭୟାବହ ଅଗ୍ନିକାଣ୍ଡ

ବାଲେଶ୍ଵରର ନୂଆ ବଜାରରେ ଥିବା ନନା ହୋଟେଲରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର ଆସବାବପତ୍ର । ଅଧିକ ପଢନ୍ତୁ

ହୋଟେଲରେ ଅଗ୍ନିକାଣ୍ଡ
ହୋଟେଲରେ ଅଗ୍ନିକାଣ୍ଡ
author img

By

Published : Jun 2, 2023, 7:27 AM IST

ହୋଟେଲରେ ଅଗ୍ନିକାଣ୍ଡ

ବାଲେଶ୍ଵର: ନୂଆ ବଜାରର ନନା ହୋଟେଲରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର ଆସବାବପତ୍ର । ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକ ମିଶି ନିଆଁକୁ ଆୟତ୍ତ କରିଥିବା ବେଳେ ସଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ନେଇ ସନ୍ଦେହ କରାଯାଉଛି ।

ସୂଚନା ମୁତାବକ, ସହରର ଜନଗହଳି ଅଞ୍ଚଳ ତଥା ଦୈନନ୍ଦିନ ବଜାର ଭାବେ ପରିଚିତ ନୂଆ ବଜାରରେ ଥିବା ନନା ହୋଟେଲରେ ଅଗ୍ନିକାଣ୍ଡ ଗତକାଲି ନିଆଁ ଲାଗି ଯାଇଥିବା ବେଳେ ହୋଟେଲଟି ସମ୍ପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଛି । ଅନ୍ୟପଟେ ହୋଟେଲ ନିକଟ ଏକ ଗୁହାଳରେ ବନ୍ଧା ହୋଇଥିବା ଗାଈ ଓ ବାଛୁରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅନେକ ଜୀବନ ବର୍ତ୍ତି ଯାଇଛି । ଏହି ଅଗ୍ନିକାଣ୍ଡ ଦ୍ଵାରା ହୋଟେଲରେ ଥିବା ରୋଷେଇ ବ୍ୟବହୃତ ପାଇଁ ରଖାଯାଇଥିବା ଗ୍ୟାସ୍ ସିଲିଣ୍ଡର ଗୁଡ଼ିକ ଫାଟି ନିଆଁ ବ୍ୟାପକ ହୋଇଥିଲା । ତେବେ ଏନେଇ ଅନ୍ୟ କେଉଁଠି କ୍ଷୟକ୍ଷତି ହୋଇ ନ ଥିବା ବେଳେ କେବଳ ହୋଟେଲର ଆସବାବପତ୍ର ନଷ୍ଟ ହୋଇଥିବା ଜଣାପଡ଼ିଛି । ହୋଟେଲ ବନ୍ଦ ଥିବାରୁ ଏହି ଅଗ୍ନିକାଣ୍ଡରେ ଅଧିକ କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ- ବଜ୍ରପାତରେ ଜଳିଗଲା ୧୦ ବଖରା ଘର: ନିଆଁରେ ପୋଡି ହୋଇ ୨ ଗୁରୁତର

ଏହା ମଧ୍ୟ ପଢନ୍ତୁ- ହୁତୁହୁତୁ ଜଳିଲା ଡ୍ରେସ ସୋ’ ରୁମ, ଲକ୍ଷାଧିକ ସମ୍ପତ୍ତି ପାଉଁଶ

ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ ସଟସର୍କିଟ ପାଇଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଏହି ଅଗ୍ନିକାଣ୍ଡରେ ୫ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ଆସବାଵପତ୍ର ନଷ୍ଟ ହୋଇଛି । ସବୁଦିନ ଭଳି ସନ୍ଧ୍ୟାରେ ହୋଟେଲ କର୍ମଚାରୀ କାମ କରୁଥିଲେ । ହୋଟେଲ ବନ୍ଦ ଥିବା ବେଳେ କର୍ମଚାରୀମାନେ ଏହି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ହଠାତ ଏକ ଗ୍ୟାସ ଟାଙ୍କି ଫାଟି ଯାଇଥିଲା। ଏହାଦ୍ୱାରା ଆଖି ପିଛୁଳାକେ ଏହି ନିଆଁ ହୋଟେଲ ଚାରିଆଡ଼କୁ ବ୍ୟାପି ଯାଇଥିଲା । ହୋଟେଲଟି ନଡ଼ା ଛପର ସହ ପଲିଥିନ ଘେରା ହୋଇଥିବା ବେଳେ ଖୁବଶୀଘ୍ର ନିଆଁ ବ୍ୟାପି ଯାଇଥିଲା । ଏହାଯୋଗୁଁ ନିଆଁ ଆୟତ୍ତ କରିବାରେ ଅଗ୍ନିଶମ ବିଭାଗ ନାକେଦମ ହୋଇଥିଲା । ଘଟଣାସ୍ଥଳରେ ପ୍ରବଳ ଲୋକଙ୍କ ଭିଡ଼ ଯୋଗୁଁ ପ୍ରଥମେ ପ୍ରଥମେ ନିଆଁକୁ ଆୟତ୍ତ କରିବାକୁ ବହୁତ ଅସୁବିଧା ହୋଇଥିଲା । ଅଗ୍ନିଶମ ବିଭାଗର ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମାରାଣ୍ଡିଙ୍କ ନେତୃତ୍ୱରେ ଫାୟାର ଟିମ ଘଟଣାସ୍ଥଳରେ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.